ନୂଆଦିଲ୍ଲୀ: କୋରୋନାରେ ପ୍ରଭାବିତ ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ଦ୍ବିତୀୟ କିସ୍ତିର ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । 22 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋରୋନା ମୁକାବିଲା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ ପାଇଁ ଗୁରୁବାର 890.32 କୋଟି ଟଙ୍କା ଜାରି କରିଛନ୍ତି ସରକାର ।
ତେବେ ଆର୍ଥିକ ସହାୟତା ପ୍ରଦାନ ହୋଇଥିବା ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଛଡିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ, ତେଲେଙ୍ଗାନା , ଆନ୍ଧ୍ରାପ୍ରଦେଶ, ଗୋଆ , ଗୁଜୁରାଟ, କର୍ଣ୍ଣାଟକ, କେରଳ , ପଞ୍ଜାବ, ତାମିଲନାଡୁ, ପଶ୍ଚିମବଙ୍ଗ, ଦାଦ୍ରା ନଗର ହାଭେଲି, ଦାମାନ ଏବଂ ଡିୟୁ , ଅରୁଣାଞ୍ଚଳ ପ୍ରଦେଶ, ଆସାମ, ମେଘାଳୟ , ମିଜୋରାମ, ନାଗାଲାଣ୍ଡ, ସିକିମ ରହିଛି ।