ନୂଆଦିଲ୍ଲୀ: ଆଜି 2020-21 ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ପର୍ଯ୍ୟଟନ ପାଇଁ 2ହଜାର 5ଶହ କୋଟି ବ୍ୟୟବରାଦ କରାଯାଇଛି । ସେହିପରି ସଂସ୍କୃତି କ୍ଷେତ୍ର ପାଇଁ 3 ହଜାର 1ଶହ50 କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଭାରତୀୟ ଐତିହ୍ୟ ଓ ସଂରକ୍ଷଣ ସଂସ୍ଥାନ ପ୍ରତିଷ୍ଠା କରାଯିବ। ଏହାକୁ ଏକ ଡିମ୍ଡ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ । ସେହିପରି 5ଟି ପ୍ରତ୍ନତାତ୍ତ୍ବିକ କ୍ଷେତ୍ରକୁ ବିଶ୍ବସ୍ତରୀୟ କରାଯିବ। ସେହିପରି ରାଞ୍ଚିରେ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।