ନୂଆଦିଲ୍ଲୀ: କୋଭିଡ ଦ୍ବିତୀୟ ଲହର ପ୍ରଭାବରେ ବଢିଲା ସାପ୍ତାହିକ ବେକାରୀ ହାର । ମେ’ 16 ରେ ଶେଷ ହୋଇଥିବା ସପ୍ତାହରେ ବେରୋଜଗାରୀ ଦର ବୃଦ୍ଧି ହୋଇ 14.5 ପ୍ରତିଶତରେ ପହଞ୍ଚିଛି । ଯାହା 49 ସପ୍ତାହର ସର୍ବୋଚ୍ଚ ସ୍ତର । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ପକ୍ଷରୁ ଏନେଇ ସୂଚନା ଦେଇଛି ।
ରେକର୍ଡ ଭାଙ୍ଗିଲା ବେକାରୀ ହାର, ମେ’ ମାସରେ 14.5% ବେରୋଜଗାର - ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି
ମେ’ 16 ରେ ଶେଷ ହୋଇଥିବା ସପ୍ତାହରେ ବେରୋଜଗାରୀ ଦର ବୃଦ୍ଧି ହୋଇ 14.5 ପ୍ରତିଶତରେ ପହଞ୍ଚିଛି । ଯାହା 49 ସପ୍ତାହର ସର୍ବୋଚ୍ଚ ସ୍ତର । ଅଧିକ ପଢନ୍ତୁ..
ଏପ୍ରିଲ ମାସରେ ଏହା 8 ପ୍ରତିଶତ ଥିଲା । ସେହିଭଳି ମେ 9ରେ ଶେଷ ହୋଇଥିବା ସପ୍ତାହରେ ବେକାରୀ ହାର 8.67 ପ୍ରତିଶତ ଥିବା ବେଳେ ଏଥର ଡବଲ ହୋଇଛି । ଗତ ବର୍ଷ ଏପ୍ରିଲ ଓ ମେ ମାସରେ ବେକାରୀ ହାର 23 ପ୍ରତିଶତରୁ ଊର୍ଦ୍ଧ୍ବରେ ଥିଲା । ଗତ ବର୍ଷ ମାର୍ଚ୍ଚରେ କୋରୋନା ଭାଇରସ ସଂକ୍ରମଣ ପ୍ରତିହିତ ପାଇଁ ସରକାର ଲାଗୁ କରିଥିଲେ ଲକଡାଉନ । ଫଳରେ ଆର୍ଥିକ ଗତିବିଧି ଠପ ହୋଇଛି । ଅନେକ ମାସ ପରେ ସରକାର ଧୀରେ ଧୀରେ ଆର୍ଥିକ ଗତିବିଧି ଆରମ୍ଭ ନେଇ ଅନୁମତି ଦେଇଥିଲେ ।
CMIE ଏହାର ସାପ୍ତାହିତ ବିଶ୍ଲେଷଣରେ କୁହାଯାଇଛି କି, ‘‘ଏ ବର୍ଷ ଏପ୍ରିଲ ମାସରେ ବେକାରୀ ହାର ବଢିଛି । ଉପଭୋକ୍ତାଙ୍କ ବିଶ୍ବାସ ବି ଦୁର୍ବଳ ହୋଇଛି । ମେ ରେ ବେକାରୀ ହାର 10 ପ୍ରତିଶତରୁ ଊର୍ଦ୍ଧ୍ବ ରହିବା ଅନୁମାନ ଅଛି । ଆର୍ଥିକ ବର୍ଷ 2020-21 ରେ ହାରାହାରୀ ବେକାରୀ ଦର 8.8 ପ୍ରତିଶତ ଥିଲା ।