ନୂଆଦିଲ୍ଲୀ: ପିଏନବି ଘୋଟାଲା ମାଷ୍ଟରମାଇଣ୍ଡ ନୀରବ ମୋଦିର ବଢିଲା ଅଡୁଆ । ଚତୁର୍ଥ ଥର ପାଇଁ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ମଙ୍ଗଳବାର ମାମଲାର ଶୁଣାଣି କରି ବ୍ରିଟେନ ହାଇକୋର୍ଟ ନୀରବଙ୍କୁ ଜାମିନ ଦେବାକୁ ରୋକଠୋକ ମନା କରିଦେଇଛନ୍ତି ।
ଟେନସନରେ ନୀରବ, 4ର୍ଥ ଥର ଜାମିନ ଖାରଜ - Nirav Modi
ଚତୁର୍ଥ ଥର ପାଇଁ ନୀରବ ମୋଦିଙ୍କ ଜାମିନ ଖାରଜ ହୋଇଛି । ବ୍ରିଟେନ ହାଇକୋର୍ଟ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ପୂର୍ବରୁ ଲଣ୍ଡନର ନିମ୍ନକୋର୍ଟ ଲଗାତାର 3 ଥର ତାଙ୍କ ଜାମିନ ଖାରଜ କରିଥିଲା ।
ଫାଇଲ ଫଟୋ
ନିମ୍ନକୋର୍ଟରେ ଲଗାତାର 3 ଥର ନୀରବଙ୍କ ଜାମିନ ଆବେଦନକୁ ଖାରଜ କରି ଦିଆଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ଏଠାରୁ ମଧ୍ୟ ତାଙ୍କୁ ଆଶ୍ବନ୍ତି ମିଳିନି । ଏବେ ଜେଲରେ ସେ ବନ୍ଦୀ ଭାବେ ଜୀବନ କାଟୁଛନ୍ତି ।
ଋଣ ଜାଲିଆତି ମାମଲାରେ ଏବେ ତାଙ୍କୁ ଭାରତ ଆଣିବାକୁ ଯୋଜନା କରାଯାଉଛି । ଏପେଟେ ଦେଶର ବଡ ପଳାତକ ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲର 12 ନମ୍ବର ବାରାକ ରଖିବା ନେଇ ଚର୍ଚ୍ଚା ଧରିଛି ।