ଓଡିଶା

odisha

ETV Bharat / business

ମଉଳିଗଲା ମାଲ୍ୟା ସ୍ବପ୍ନ, ଫେରିବାକୁ ହେବ ଭାରତ

ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟଙ୍କ ଶକ୍ତ ଝଟକା। ଭାରତ ପ୍ରତ୍ୟାପଣ ନେଇ ବ୍ରିଟେନ ସରକାରଙ୍କ ଆଦେଶ ବିରୋଧରେ ଆବେଦନକୁ ନେଇ ରୋକ ଲଗାଇଦେଇଛି ବ୍ରିଟେନ କୋର୍ଟ।

By

Published : Apr 9, 2019, 7:33 AM IST

ଫାଇଲ ଫଟୋ

ଲଣ୍ଡନ: ବଢିବାରେ ଲାଗିଛି ମଦ ବ୍ୟବସାୟୀ ପଳାତକ ବିଜୟ ମାଲ୍ୟାଙ୍କ ସମସ୍ୟା। ଭାରତ ପ୍ରତ୍ୟାପଣ ନେଇ ବ୍ରିଟେନ ସରକାରଙ୍କ ଆଦେଶ ବିରୋଧରେ ଆବେଦନ କରିପାରିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ବ୍ରିଟେନ କୋର୍ଟ। ଏହା ପରେ ଏବେ ମାଲ୍ୟାଙ୍କ ଭାରତ ଆସିବାର ସମ୍ଭାବନା ବଢିଥିବା ନଜର ଆସିଛି।

ମାଲ୍ୟାଙ୍କ ବିରୋଧରେ 9 ହଜାର କୋଟି ଟଙ୍କାର ଋଣ ଜାଲିଆତି ମାମଲା ରହିଛି। ଏ ନେଇ ତାଙ୍କ ନାରେ କୋର୍ଟରେ ଚାଲିଛି ମାମଲା। ହେଲେ ଶୁଣାଣି ବେଳେ ମାଲ୍ୟାଙ୍କ ଉପସ୍ଥିତି ପାଇଁ ଭାରତ ବ୍ରିଟେନ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ତେବେ ବ୍ରିଟେନ ଗୃହ ସଚିବ ସାଜିଦ ଜାୱେଦ ୱେଷ୍ଟମିନଷ୍ଟର ମାଜିଷ୍ଟେଟ ଅଦାଲତର ନିର୍ଦ୍ଦେଶ ପରେ ମାଲ୍ୟାଙ୍କୁ ଭାରତ ପ୍ରତ୍ୟାପଣ କରିବାକୁ ମଞ୍ଜୁରୀ ଦେଇଥିଲେ। ମାଲ୍ୟା ଏହାକୁ ବିରୋଧ କରି ବ୍ରିଟେନ ଉଚ୍ଚ ନ୍ୟାୟଳୟର ଆଶ୍ରୟ ଲୋଡିଥିଲେ। ହେଲେ କୋର୍ଟ ମଧ୍ୟ ଏ ନେଇ ଅନୁମତି ଦେବାକୁ ମନା କରିଦେଇଛି ।

ଏବେ ମାଲ୍ୟାଙ୍କ ପାଖରେ ରହିଛି ମୌଖିକ ଶୁଣାଣିର ବିକଳ୍ପ। ମାଲ୍ୟା ଆସନ୍ତା 5ଟି କାର୍ଯ୍ୟଦିବସ ମଧ୍ୟରେ ପୁଣି ଥରେ ଆବେଦନ କରିପାରିବେ। ତାହାକୁ ଉଚ୍ଚନ୍ୟାୟଲୟର ନ୍ୟାୟଧିସ ସମୀକ୍ଷା ସୂଚୀବଦ୍ଧ କରାଯିବ। ଏହା ପରେ ଶୁଣାଣି ବେଳେ ତା ଉପରେ ନିର୍ଣ୍ଣୟ ନିଆଯିବ।

ତେବେ ଏହି ଶୁଣାଣିରେ ମାଲ୍ୟାଙ୍କ ଆଇନଜୀବୀ ଟିମ ତଥା ଭାରତ ସରକାରଙ୍କ ପକ୍ଷରୁ କ୍ରାଉନ ପ୍ରୋସକ୍ୟୁସନ ସର୍ବିସ(ସିପିଏସ) ଆଦି ନିଜ ନିଜର ଯୁକ୍ତି ବାଢିବେ। ଅର୍ଥାତ ଏହି ମାମାଲାର ଆବେଦନ ପ୍ରକ୍ରିୟା ଏବେ ସୁଦ୍ଧା ଶେଷ ହୋଇନାହିଁ।

ସେ ଯାହା ହେଉ ନା କାହଁ , ବ୍ରିଟେନ ହାଇକୋର୍ଟଙ୍କ ନିଷ୍ପତ୍ତି ମାଲ୍ୟାଙ୍କ ଭାରତ ପ୍ରତ୍ୟାପଣର ଆଉ ଏକ ପଦକ୍ଷେପ ନେଇ ଜଳଜଳ ଦେଖାଦେଉଛି।

For All Latest Updates

ABOUT THE AUTHOR

...view details