ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ତଥା ପିଏନବି ବ୍ୟାଙ୍କ ଠକେଇର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କୁ ବଡ ଝଟକା । ବ୍ରିଟେନ କୋର୍ଟ ନୀରବ ମୋଦିଙ୍କ ରିମାଣ୍ଡକୁ 29 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଆସନ୍ତା 29କୁ ବଢିଲା ନୀରବ ମୋଦି ରିମାଣ୍ଡ ଅବଧି - ବଢିଲା ନୀରବ ମୋଦି ରିମାଣ୍ଡ ଅବଧି
ପିଏନବି ବ୍ୟାଙ୍କ ଠକେଇର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କ ଭାରତ ପ୍ରତ୍ୟାପଣ ମାମଲାରେ ଅନ୍ତିମ ଶୁଣାଣୀ ଆସନ୍ତା ବର୍ଷ ଜାନୁଆରୀ 7 ଓ 8 ଦିନ ଅର୍ଥାତ 2 ଦିନ ନିର୍ଦ୍ଧାରିତ କରାଯାଇଛି । ଅଧିକ ପଢନ୍ତୁ..
ନୀରବ ମୋଦିଙ୍କ ପ୍ରତ୍ୟାପଣ ନେଇ ଭାରତ କରିଥିବା ଅନୁରୋଧର ଶୁଣାଣୀ କରି ବ୍ରିଟେନ କୋର୍ଟ ତାଙ୍କର ରିମାଣ୍ଡ ଅବଧି ବଢାଇଛନ୍ତି । 49 ବର୍ଷୀୟ ନୀରବ ଏବେ ଲଣ୍ଡନରେ ଏକ ଜେଲରେ ବନ୍ଦୀ ଅଛନ୍ତି । ଜେଲକୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ତାଙ୍କୁ କୋର୍ଟରେ ହାଜର କରାଯାଉଛି । ତେବେ ମୁଖ୍ୟ ମାଜିଷ୍ଟ୍ରେଟ ଏମା ଆର୍ବୁଥନଟ୍ ତାଙ୍କର ରିମାଣ୍ଡକୁ ଆଉ 28 ଦିନ ଅର୍ଥାତ ଡିସେମ୍ବରକୁ 29 ବୃଦ୍ଧି କରିଛନ୍ତି ।
ମାଜିଷ୍ଟ୍ରେଟ ମୋଦିଙ୍କୁ କହିଛନ୍ତି ଯେ, ‘ଭିଡିଓ ଲିଙ୍କ ଜରିଆରେ ଆଉ ଏକ ସଂରକ୍ଷିତ ଶୁଣାଣୀ ହେବ । ଏହା ପରେ ମାମଲାର ଦଳିଲ ସବୁ ପୈଠ ପାଇଁ ସପ୍ତାହେ ସମୟ ଦିଆଯିବ । ପ୍ରତ୍ୟାପଣ ମାମଲାରେ ଅନ୍ତିମ ଶୁଣାଣୀ ଆସନ୍ତା ବର୍ଷ ଜାନୁଆରୀ 7 ଓ 8 ଦିନ ଅର୍ଥାତ 2 ଦିନ ନିର୍ଦ୍ଧାରିତ କରାଯାଇଛି ।