ଓଡିଶା

odisha

ETV Bharat / business

ହୁୱାଇ ଉପରେ ରୋକ ଲଗାଇଲା ବ୍ରିଟେନ, 2021 ସୁଦ୍ଧା ହଟାଯିବ 5G କିଟ - ହୁୱାଇରେ ଆମେରିକା ପ୍ରତିବନ୍ଧକ

ହୁୱାଇ ଉପରେ ଆମେରିକାର ପ୍ରତିବନ୍ଧକ ପରେ ବ୍ରିଟେନ ସରକାର 5G ନେଟୱାର୍କ ପାଇଁ ହୁଆୱେ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। 2021 ଜାନୁଆରୀ ପରେ ବ୍ରିଟେନର 5G ନେଟୱାର୍କରେ କୌଣସି ନୂତନ 5G କିଟ ଯୋଡାଯିବ ନାହିଁ । ଅଧିକ ପଢନ୍ତୁ..

ହୁୱାଇ ଉପରେ ରୋକ ଲଗାଇଲା ବ୍ରିଟେନ, 2021 ସୁଦ୍ଧା ହଟାଯିବ 5G କିଟ
ହୁୱାଇ ଉପରେ ରୋକ ଲଗାଇଲା ବ୍ରିଟେନ, 2021 ସୁଦ୍ଧା ହଟାଯିବ 5G କିଟ

By

Published : Jul 15, 2020, 7:15 PM IST

ଲଣ୍ଡନ: ବ୍ରିଟେନର 5G ନେଟୱର୍କରୁ ଚୀନ ହୁୱାଇକୁ 2027 ଶେଷ ଯାଏଁ ସମ୍ପୁର୍ଣ୍ଣ ରୂପେ ହଟାଇଦିଆଯିବ । ବ୍ରିଟେନର ଜାତୀୟ ସୁରକ୍ଷା ସାଇବର ସୁରକ୍ଷା କେନ୍ଦ୍ର (NCSC)ର ହୁୱାଇ ଉପରେ ଆମେପିରା ପ୍ରତିବନ୍ଧକ ପ୍ରଭାବର ସମୀକ୍ଷା ପରେ ସରକାର ଏ ନେଇ ଘୋଷଣା କରିଛନ୍ତି ।

ଏହା ପୂର୍ବରୁ ଚୀନର ଏହି କମ୍ପାନୀକୁ ବ୍ରିଟେନ ନିଜ 5ଜି ନେଟୱର୍କ ବିସ୍ତାରରେ ସୀମିତ ଭାବେ କାମ କରିବାକୁ ଅନୁମତି ଦେଇଥିଲା ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏନସିଏନସି ବୈଠକରେ ହୁୱାଇ ଉପରେ ମେ ମାସରୁ ଆମରିକା ଲଗାଇଥିବା ପ୍ରତିବନ୍ଧକର ସମୀକ୍ଷା ପରେ ଏ ନେଇ ନିର୍ଣ୍ଣୟ ନିଆଯାଇଛି । ଏହି ନୂଆ ପ୍ରତିବନ୍ଧକ ସହିତ ଚାଇନା କମ୍ପାନୀ ଆମେରିକୀୟ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଆଧାରିତ ଉତ୍ପାଦ ହାସଲ କରିପାରିବ ନାହିଁ।

ବ୍ରିଟେନର ପ୍ରତିବନ୍ଧକ ପରେ ଏହାର ନେଟୱାର୍କରୁ ହୁୱାଇର ସାମଗ୍ରୀକୁ ସମ୍ପୂର୍ଣ୍ଣ ହଟାଯିବ। ଏଥି ସହିତ 2020 ଡିସେମ୍ବର 31 ପରେ କୌଣସି ନୂତନ 5G କିଟ କ୍ରୟ ସମ୍ପୂର୍ଣ୍ଣ ରୋକ ଲଗାଯିବ ।

ସେହିପରି ବ୍ରିଟେନର ଡିଜିଟାଲ, ସାଂସ୍କୃତିକ, ମିଡିଆ ଏବଂ କ୍ରୀଡ଼ା ସଚିବ ଓଲିଭର ଡୋଡେନ୍ କହିଛନ୍ତି ଯେ 5G ଆମ ଦେଶ ପାଇଁ ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ହେବ। କିନ୍ତୁ ଏହା ସମ୍ଭବ ସେତେବଳେ ହେବ, ଯେବେ ଆମେ ଏହା ପାଇଁ ନିର୍ମିତ ଭିତ୍ତିଭୂମି ଉପରେ ସମ୍ପୂର୍ଣ୍ଣ ଭରଷା ଓ ଏହାର ସୁରକ୍ଷାକୁ ନେଇ ଆଶ୍ବସ୍ତ ହେବା ।

ସେ କହିଛନ୍ତି ଯେ ଆମର ସାଇବର ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ହୁୱାଇ ଉପରେ ଆମେରିକାର ପ୍ରତିବନ୍ଧକ ପରେ ଆମର ସରକାର 5G ନେଟୱାର୍କ ପାଇଁ ହୁଆୱେ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। 2021 ଜାନୁଆରୀ ପରେ ବ୍ରିଟେନର 5G ନେଟୱାର୍କରେ କୌଣସି ନୂତନ 5G କିଟ ଯୋଡାଯିବ ନାହିଁ ।

ABOUT THE AUTHOR

...view details