ଓଡିଶା

odisha

ETV Bharat / business

ଟ୍ବିଟରର ନଖରାମୀ, ଅମୁଲ ଆକାଉଣ୍ଟକୁ କଲା ଆକ୍ଟିଭ - Amul Twitter account

‘ବଏକଟ ଚୀନ ସାମଗ୍ରୀ’ ପୋଷ୍ଟ ନେଇ ଅମୁଲ ଆକାଉଣ୍ଟକୁ ବ୍ଲକ ପରେ ଆକ୍ଟିଭ କଲା ଟ୍ବିଟର । ଏନେଇ ସ୍ପଷ୍ଟିକରଣ ରଖିଲା ଟ୍ବିଟର । ଅଧିକ ପଢନ୍ତୁ..

Twitter cites security processes for temporarily restricting Amul Twitter  account
ଅମୁଲକୁ ଡିଆକ୍ଟିଭ ପରେ ଆକ୍ଟିଭ କରି ସ୍ପଷ୍ଟିକରଣ ଦେଲା ଟ୍ବିଟର

By

Published : Jun 6, 2020, 9:27 PM IST

ନୂଆଦିଲ୍ଲୀ: ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦର ପ୍ରଭାବ ଅମୁଲ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ କାର୍ଟୁନ୍ ଉପରେ ଦେଖିବାକୁ ମିଳିଛି । ଚୀନକୁ ନେଇ ପୋଷ୍ଟ ହୋଇଥିବା ଏକ କାର୍ଟୁନ ପାଇଁ ଟ୍ବିଟର ଅମୁଲର ଆକାଉଣ୍ଟକୁ ପ୍ରଥମେ ବ୍ଲକ ପରେ ପୁଣି ଆକ୍ଟିଭ କରି ସଫେଇ ଦେଇଛି ।

ସୁରକ୍ଷା ସହ ଜଡିତ କିଛି ପ୍ରକ୍ରିୟା ପାଇଁ ଅମୁଲ ଆକାଉଣ୍ଟକୁ କିଛି ସମୟ ପାଇଁ ବ୍ଲକ କରାଯାଇଥିବା ନେଇ ଶନିବାର ଟ୍ବିଟର ପକ୍ଷରୁ କୁହାଯାଇଛି ।

ତେବେ ଅମୁଲ ଆକାଉଣ୍ଟ ସାମୟିକ ବ୍ଲକ ପରେ ଟ୍ବିଟରକୁ ଲୋକଙ୍କ ଆକ୍ରାଶର ସାମ୍ନା କରିବାକୁ ପଡିଛି ।

ଅମୁଲ କରିଥିବା ପୋଷ୍ଟରେ ଏକଜିଟ୍ ଡ୍ରାଗନ ଲେଖାଯାଇଥିଲା । ଏହାର ଅର୍ଥ ଚୀନ ସାମଗ୍ରୀକୁ ବର୍ଜନ କର । ଏଥିସହ ପୋଷ୍ଟ ସହ ‘ବଏକଟ ଦ ଚୀନ ପ୍ରଡକ୍ଟ’ ବୋଲି ଏକ କ୍ୟାପସନ ଲେଖାଯାଇଥିଲା । ଏହା ପରେ ଟ୍ବିଟର ଅମୁଲର ଆକାଉଣ୍ଟକୁ ବ୍ଲକ କରିଦେଇଥିଲା । ଏହାକୁ ବିରୋଧ କରି ୟୁଜର୍ସ ସୋସିଆଲ ସାଇଟରେ ବହୁ ଫଟୋ , ଭିଡିଓ ମେସେଜ ସହ ଆକାଉଣ୍ଟକୁ ପୁନର୍ବାର ଆକ୍ଟିଭ ପାଇଁ ଦାବି କରିଥିଲେ । ତେବେ ଏନେଇ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆର,ଏସ, ସୋଡି କହିଛନ୍ତି କି , ‘‘ଅମୁଲ ଆକାଉଣ୍ଟକୁ ଜୁନ 4ରେ ବ୍ଲକ କରାଯାଇଥିଲା । କିଛି ପ୍ରୋଟୋକଲକୁ ଅନୁସରଣ ପରେ ପୁଣି ଏହାକୁ ଆକ୍ଟିଭ କରାଯାଇଛି । ତେବେ ଆମେ ଏନେଇ ଟ୍ବିଟରକୁ ପ୍ରଶ୍ନ କରିଥିଲୁ , କାହିଁକି ଆମର ଆକାଉଣ୍ଟ ବ୍ଲକ କରାଯାଇଥିଲା, ହେଲେ ଏବେ ସୁଦ୍ଧା କୌଣସି ଆନୁଷ୍ଠାନିକ ଭାବେ ଉତ୍ତର ମିଳିନାହିଁ ।’’

ABOUT THE AUTHOR

...view details