ଓଡିଶା

odisha

By

Published : Jan 16, 2020, 6:48 PM IST

ETV Bharat / business

ସପ୍ତାହରେ ମାତ୍ର 7ଥର ଭୋଜନ କରନ୍ତି ଟ୍ବିଟର ସିଇଓ

ସୋସିଆଲ ମିଡିଆର ଦିଗ୍ଗଜୟ କମ୍ପାନୀ ଟ୍ବିଟର ସିଇଓ ଜ୍ୟାକ ଡୋର୍ସି ନିଜ ଜୀବନଶୈଳୀକୁ ନେଇ କଲେ ଖୁଲାସା । ଜାଣନ୍ତୁ ତାଙ୍କ ଅଜବ ଜୀବନଶୈଳୀ ବିଷୟରେ..

twitter ceo jack dorsey  eat 7 meals a week just dinner
ସପ୍ତାହରେ ମାତ୍ର 7ଥର ଭୋଜନ କରନ୍ତି ଟ୍ବିଟର ସିଇଓ


ସାନଫ୍ରାନ୍ସିକୋ: ସୋସିଆଲ ମିଡିଆର ଦିଗ୍ଗଜୟ କମ୍ପାନୀ ଟ୍ବିଟର ସିଇଓ ଜ୍ୟାକ ଡୋର୍ସି ନିଜ ଜୀବନଶୈଳୀକୁ ନେଇ କଲେ ଖୁଲାସା । ଡୋର୍ସି ସପ୍ତାହରେ ମୋଟ 7ଥର ଭୋଜନ କରନ୍ତି । ସେ ବି କେବଳ ଡିନର (ରାତ୍ରି ଭୋଜନ) । ଏକ ସାକ୍ଷାତକାରରେ ଏ ନେଇ କହିଛନ୍ତି ଡୋର୍ସୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଅଜବ ଜୀବନଶୈଳୀର ଲମ୍ବା ଲିଷ୍ଟ ରହିଛି । ଯେପରିକି ପ୍ରାୟ ଦିନ ସେ ବରଫ ପାଣିରେ ଗାଧୋଇଥାନ୍ତି । ଏଥିସହ ଡୋର୍ସିଙ୍କ ବିପଶୟନ ମେଡିଟେସନ ଓ ଇଣ୍ଟରମିଣ୍ଟେଟ ଫାଷ୍ଟିଙ୍ଗ(ରହି ରହି ଖାଦ୍ୟ ଗ୍ରହଣ) ଭଳି ଅଭ୍ୟାସ ରହିଛି ।

ରାତ୍ରି ଭୋଜନରେ ସେ ମାଛ, ଚିକେନ, ଷ୍ଟିକ୍ସ ଓ ସବୁଜ ପରିବା ଖାଇଥାନ୍ତି । ସେହିପରି ମିଠାରେ ବିଭିନ୍ନ କୋଳି, ଡାର୍କ ଚକୋଲେଟ ଖାଇବାକୁ ଭଲ ପାଆନ୍ତି । ଏହା ବ୍ୟତିତ ପ୍ରତିଦିନ ସେ 2 ଘଣ୍ଟା ମେଡିଟେସନ କରନ୍ତି ।

ABOUT THE AUTHOR

...view details