ଓଡିଶା

odisha

ETV Bharat / business

‘ସବୁ ଡିଟିଏଚ୍‌ ନେଟୱର୍କକୁ ସୁହାଇଲା ଭଳି ସେଟ-ଅପ୍‌ ବକ୍ସ ବାଧ୍ୟତାମୂଳକ ହେଉ’ - ଡିଟିଏଚ ସେବା

ଡିଟିଏଚ୍‌ ସେବା ପ୍ରଦାନକାରୀଙ୍କ ପାଇଁ ଏପରି ସେଟ-ଅପ୍‌ ବକ୍ସ ବାଧ୍ୟତାମୂଳକ କରାଯାଉ, ଯାହା ସବୁ ଅପରେଟଙ୍କ ସହ ଚାଲିପାରିବ । ଟ୍ରାଇ ଏ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଣଳୟକୁ ସୁପାରିଶ କରିଛି ।

TRAI recommends interoperable set-top boxes
‘ସବୁ ଡିଟିଏଚ ନେଟୱର୍କକୁ ସୁହାଇଲା ଭଳି ସେଟ ଅପ ବକ୍ସ ବାଧ୍ୟାମୂଳକ ହେଉ’

By

Published : Apr 11, 2020, 7:15 PM IST

ନୂଆଦିଲ୍ଲୀ. ଡିଟିଏଚ୍‌ ସେବା ପ୍ରଦାନକାରୀଙ୍କ ସପୋର୍ଟରେ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) । ଡିଟିଏଚ୍‌ ସେବା ପ୍ରଦାନକାରୀଙ୍କ ପାଇଁ ଏପରି ସେଟ-ଟପ୍‌ ବକ୍ସ ବାଧ୍ୟତାମୂଳକ କରାଯାଉ, ଯାହା ସବୁ ଅପରେଟଙ୍କ ସହ ଚାଲିପାରିବ । ଶନିବାର ଟ୍ରାଇ ପକ୍ଷରୁ ଏ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଣଳୟକୁ ସୁପାରିଶ କରାଯାଇଛି ।

ବର୍ତ୍ତମାନ ସମୟରେ ଉପଭୋକ୍ତାଙ୍କ ଡିଟିଏଚ୍‌ ନେଟୱର୍କ ବଦଳାଇଲେ ସେଟ-ଅପ ବକ୍ସକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଇ ମନ୍ତ୍ରାଣଳୟକୁ ଏଭଳି ପରାମର୍ଶ ଦେଇଛି ।

ଟ୍ରାଇର ଏହି ପରାମର୍ଶ ଯଦି କାର୍ଯ୍ୟକାରୀ ହେବ ତେବେ ତାଙ୍କୁ ଅପରେଟର ପରିବର୍ତ୍ତନ କଲେ ନୂଆ ସେଟ-ଅପ ବକ୍ସ କିଣିବାକୁ ଆଉ ଦରକାର ପଡିବନି ।

ଟ୍ରାଇ ମନ୍ତ୍ରଣାଳୟକୁ ସୁପାରିଶ କରିଛି ଯେ, ବିନା ସେଟ-ଅପ ବକ୍ସ ବଦଳାଇ ଅପରେଟର ପରିବର୍ତ୍ତନ ପାଇଁ ସୁବିଧା ଅନିବାର୍ଯ୍ୟ କରନ୍ତୁ ତଥା ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ । ଏହା ବ୍ୟତୀତ ଟ୍ରାଇ ସମସ୍ତ ଟେଲିଭିଜନ ସେଟ୍‌ ପାଇଁ ଏକ ସମାନ USB ପୋର୍ଟ ଇଣ୍ଟରଫେସକୁ ମଧ୍ୟ ବାଧ୍ୟତାମୂଳକ କରିବାକୁ ଦାବି କରିଛି ।

ଟ୍ରାଇ କହିଛି ଯେ ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏକ ସମନ୍ବୟ ସମିତି ଗଠନ କରିବା ଦରକାର । ଯେଉଁଥିରେ ଇଲେକ୍ଟଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଟ୍ରାଇ, ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଏବଂ ଟିଭି ନିର୍ମାତାଙ୍କ ପ୍ରତିନିଧି ସାମିଲ ରହିବେ । ଏହି କମିଟି ଉଭୟ DTH ଏବଂ କେବୁଲ ଟିଭି ପାଇଁ ସଂଶୋଧିତ ସେଟ-ଟପ ବକ୍ସର ସଂଶୋଧିତ ମାନକର କାର୍ଯ୍ୟକାରିତା ପରିଚାଳନା କରିପାରିବ ।

@PTI

ABOUT THE AUTHOR

...view details