ଓଡିଶା

odisha

ETV Bharat / business

ଲକଡାଉନ: ବଢିବ ପ୍ରିପେଡ ବୈଧତା ଅବଧି ! - ଟ୍ରାଇ

ଦେଶବ୍ୟାପୀ ଜାରି ରହିଛି ଲକଡାଉନ । ଏପରି ସ୍ଥିତିରେ ଲୋକଙ୍କୁ ନିରବିଚ୍ଛିନ୍ନ ସେବା ଯୋଗାଇବାକୁ ପ୍ରିପେଡ ପ୍ଲାନର ବୈଧତା ବୃଦ୍ଧି କରାଯାଉ ବୋଲି ଟ୍ରାଇ ଟେଲିକମ କମ୍ପାନୀଙ୍କୁ ଜଣାଇଛି ।

Extend prepaid validity so users get uninterrupted services during lockdown
ଲକଡାଉନ, ବଢିବ ପ୍ରିପେଡ ବୈଧତା ଅବଧି !

By

Published : Mar 30, 2020, 7:56 PM IST

ନୂଆଦିଲ୍ଲୀ: ପ୍ରିପେଡ ଗ୍ରାହକଙ୍କ ବୈଧତା ଅବଧି ବଢାଇବାକୁ ଟେଲିକମ କମ୍ପାନୀଙ୍କୁ କହିଛି ଟ୍ରାଇ । ଏହା ଦ୍ବାରା ଗ୍ରାହକଙ୍କୁ 21 ଦିନର ଲକଡାଉନ ମଧ୍ୟରେ ନିରବଚ୍ଛିନ୍ନ ସେବା ମିଳିପାରିବ ।

ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ସମସ୍ତ କମ୍ପାନୀଙ୍କୁ କହିଛି ଯେ, ଦେଶବ୍ୟାପୀ ବନ୍ଦ ଯୋଗୁଁ ଗ୍ରାହକଙ୍କୁ ଯେପରି ବିନା କୌଣସି ସମସ୍ୟାର ସମ୍ମୁଖୀନ ନ ହେବାକୁ ପଡିବ, ସେଥିପାଇଁ ପ୍ରିପେଡ ଯୋଜନାର ବୈଧତା ବୃଦ୍ଧି କରାଯାଉ । କାରଣ ଏଭଳି ପରିସ୍ଥିତିରେ ଗ୍ରାହକ ପରସ୍ପର ସହ ଯୋଗାଯୋଗ କରିବାର ଆବଶ୍ୟକ ରହିଛି ।

ଏହା ବ୍ୟତୀତ ଲକଡାଉନ ସମୟରେ ଗ୍ରାହକଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇବା ପାଇଁ ଟେଲିକମ କମ୍ପାନୀ କେଉଁ ସବୁ ଯୋଜନା ପ୍ରସ୍ତୁତ କରୁଛି ସେ ନେଇ ଟ୍ରାଇ ପଚାରି ବୁଝିଛି । ଟ୍ରାଇ କହିଛି ଯେ , ଟେଲିକମ ସେବାକୁ ବାଧ୍ୟତାମୂଳକ ସେବା ଅଧୀନରେ ରଖାଯାଇଛି । ଏଥିପାଇଁ ଏହାକୁ ତାଲା ବନ୍ଦରୁ ମୁକ୍ତ କରାଯାଇଛି। ତେବେ ଏହି ବନ୍ଦ ଦ୍ବାରା ଗ୍ରାହକ ସେବା କେନ୍ଦ୍ର ଏବଂ ବିକ୍ରୟ କେନ୍ଦ୍ର ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।

ଟ୍ରାଇ କହିଛି ଯେ, ଏପରି ସ୍ଥିତିରେ ସମ୍ଭାବନା ଅଛି ଯେ, ପ୍ରିପେଡ ଗ୍ରାହକ ନିଜ ଟପଅପର ବୈଧତା ବଢାଇବାକୁ ଚାହିଁପାରନ୍ତି । ହେଲେ ଏଥିରେ ଅଫଲାଇନ ଏହି ସୁବିଧା ପାଉଥିବା ଗ୍ରାହକଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିମ୍ବା ସେମାନଙ୍କ ସେବା ବାଧିତ ହୋଇପାରେ । ଏଥିପାଇଁ କମ୍ପାନୀଗୁଡିକ ସେମାନଙ୍କ ପ୍ରିପଡେ ପ୍ଲାନର ବୈଧତା ବଢାନ୍ତୁ ବୋଲି କୁହାଯାଇଛି ।

ABOUT THE AUTHOR

...view details