ଓଡିଶା

odisha

ETV Bharat / business

ଆସିଲା ନୂଆ ମୋବାଇଲ ଆପ, ଚୟନ କରନ୍ତୁ ମନପସନ୍ଦର ଟିଭି ଚ୍ୟାନେଲ - easy subscription modification

ଟିଭି ଦେଖିଲା ବେଳେ ଚ୍ୟାନେଲ ଚୟନ ନେଇ ଅସୁବିଧା ହେଉଥିଲେ ଆଉ ଟେନସନ ନାହିଁ । ଟ୍ରାଇ ଏଭଳି ଏକ ଆପକୁ ବିକଶିତ କରିଛି , ଯାହା ଜରିଆରେ ଆପଣ ନିଜର ମନପସନ୍ଦର ଚ୍ୟାନେଲକୁ ଚୟନ କରିପାରିବେ ।

trai-launches-channel-selection-app-to-facilitate-easy-subscription-modification
ଆସିଲା ନୂଆ ମୋବାଇଲ ଆପ, ଚୟନ କରନ୍ତୁ ମନପସନ୍ଦର ଟିଭି ଚ୍ୟାନେଲ

By

Published : Jun 25, 2020, 6:19 PM IST

Updated : Jun 25, 2020, 8:05 PM IST

ନୂଆଦିଲ୍ଲୀ: ଟିଭି ଚ୍ୟାନେଲ ବାଛିବା ପାଇଁ ଗୁରୁବାର ଏକ ଆପ ଉପସ୍ଥାପନ କରିଛି ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) । ଏହି ଆପ ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ଚ୍ୟାନେଲ ଚୟନ ଓ ନାପସନ୍ଦ ଚ୍ୟାନେଲକୁ ହଟାଇବା ପାଇଁ ସାହାଯ୍ୟ କରିବ ।

ଆସିଲା ନୂଆ ମୋବାଇଲ ଆପ, ଚୟନ କରନ୍ତୁ ମନପସନ୍ଦର ଟିଭି ଚ୍ୟାନେଲ

ଟ୍ରାଇ ଏକ ବିବୃତ୍ତିରେ କହିଛି ଯେ, ପ୍ରସାରଣ ସେବା ପାଇଁ ନୂଆ ଦର ସ୍ଥିର କରିବା ପରଠୁ ଗ୍ରାହକ ସେମାନଙ୍କ ସେବାପ୍ରଦାନକାରୀଙ୍କ ୱେବ ପୋର୍ଟାଲ କିମ୍ବା ଆପରେ ଟିଭି ଚ୍ୟାନେଲ ଚୟନ କିମ୍ବା ଅପସାରଣ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ମାମଲା ସାମ୍ନାକୁ ଆସିବା ପରେ ଟ୍ରାଇ ଏହି ଆପ ବିକଶିତ କରିଛି । ଯାହାକି ସମସ୍ତ ବିତରଣ ପ୍ଲାର୍ଟଫର୍ମ ପରିଚାଳକ (ଟିଭି ଚ୍ୟାନେଲ ସେବା ପ୍ରଦାନକାରୀ)ଙ୍କ ଠାରୁ ସୂଚନା ନେଇ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବ ।

ଟ୍ରାଇ କହିଛି କି ଯେ, ଏହି ଆପରେ ବଡ DTH ସେବା ପ୍ରଦାନକାରୀ, ମଲ୍ଟି ସିଷ୍ଟମ୍ ଅପରେଟର (MSOs / କେବୁଲ୍ ଅପରେଟର) ଙ୍କ ବିଷୟରେ ସୂଚନା ରହିଛି । ତେବେ ଅନ୍ୟ ସେବା ପ୍ରଦାନକାରୀଙ୍କ ସୂଚନା ମଧ୍ୟ ଏଥିରେ ଯୋଡିବାକୁ ପ୍ରୟାସ କରାଯାଉଛି ।

ନିୟାମକ କହିଛି କି ଟିଭି ଗ୍ରାହକଙ୍କୁ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ସିଷ୍ଟମ ଯୋଗାଇବା ଉଦ୍ଦେଶ୍ୟରେ 'ଟିଭି ଚ୍ୟାନେଲ ସିଲେକ୍ଟର ଆପ୍' ବିକଶିତ କରାଯାଇଛି । ଆପ ରେ ଥିବା ସମସ୍ତ ଉପଭୋକ୍ତାଙ୍କ ପରିଚୟ ଯାଞ୍ଚ ଓଟିପି ଜରିଆରେ କରାଯିବ । ଏହା ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପଠାଯିବ। ଯଦି ଜଣେ ଉପଭୋକ୍ତା ସେବା ପ୍ରଦାନକାରୀଙ୍କ ସହିତ ତାଙ୍କ ନମ୍ବର ପଞ୍ଜୀକୃତ କରିନାହାଁନ୍ତି, ତେବେ ଏହି OTP ତାଙ୍କ ଟିଭି ପରଦାରେ ଦେଖାଯିବ ।

ଏହି ଆପ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି ।

Last Updated : Jun 25, 2020, 8:05 PM IST

ABOUT THE AUTHOR

...view details