ଓଡିଶା

odisha

ETV Bharat / business

ଟାରିଫ ପ୍ଲାନର ବିସ୍ତୁତ ସୂଚନା ଦେବ ଟେଲିକମ କମ୍ପାନୀ, ନିର୍ଦ୍ଦେଶ ଜାରି କଲା ଟ୍ରାଇ - ଟାରିଫ ପ୍ଲାନର ବିସ୍ତୁତ ସୂଚନା ଦେବ ଟେଲିକମ କମ୍ପାନୀ

ଟେଲିକମ କମ୍ପାନୀ ଦ୍ବାରା ଜାରି ଟାରିଫ ପ୍ଲାନର ଅବଧି ଓ ଡାଟା, କଲିଂ ନେଇ ସମସ୍ତ ସୂଚନାକୁ ବିସ୍ତୁତ ଭାବେ ଜଣେଇବାକୁ ହେବ । ଏନେଇ ଟ୍ରାଇ ପକ୍ଷରୁ ନିୟମ ଜାରି କରାଯାଇଛି । ଅଧିକ ପଢନ୍ତୁ..

ଟାରିଫ ପ୍ଲାନ ବିଷୟରେ ବିସ୍ତୁତ ସୂଚନା  ଦେବେ ଟେଲିକମ କମ୍ପାନୀ
ଟାରିଫ ପ୍ଲାନ ବିଷୟରେ ବିସ୍ତୁତ ସୂଚନା ଦେବେ ଟେଲିକମ କମ୍ପାନୀ

By

Published : Sep 19, 2020, 2:01 PM IST

ନୂଆଦିଲ୍ଲୀ: ଦୂରସଞ୍ଚାର କମ୍ପାନୀଙ୍କ ପାଇଁ ଟାରିଫ ପ୍ଲାନ ସମ୍ଭନ୍ଧୀୟ ବିଜ୍ଞାପନ ଓ ବିଜ୍ଞପ୍ତି ସହ ଜଡିତ ଦିଶାନିର୍ଦ୍ଦେଶ ଜାରି କରିଛି ଭାରତୀୟ ଦୂରସଞ୍ଚାର ନିୟମ ପ୍ରାଧିକରଣ (ଟ୍ରାଇ) । ଯାହାକି ଉପଭୋକ୍ତାଙ୍କ ମୋବାଇଲ ପ୍ଲାନକୁ ନେଇ ପାରିଦର୍ଶୀତା ଆଣିବା ଓ ସେମାନଙ୍କୁ ଭାବି ବିଚାରି ନିର୍ଣ୍ଣୟ ନେବାରେ ସାହାଯ୍ୟ କରିବ ।

ଟ୍ରାଇ ନିର୍ଦ୍ଦେଶାବଳୀରେ ଜାରି କରି କହିଛି ଯେ, ‘‘ଦେଖିବାକୁ ମିଳିଛି କି ଦୂରସଞ୍ଚାର କମ୍ପାନୀଙ୍କ ବର୍ତ୍ତମାନର ପ୍ରକ୍ରିୟା ଆବଶ୍ୟକତା ଠାରୁ ସେତେଟା ସ୍ବଚ୍ଛ ନାହିଁ । କିଛି କମ୍ପାନୀ ପ୍ରାୟତଃ ଅତିରିକ୍ତ ନିୟମ ଓ ସର୍ତ୍ତର ବିଜ୍ଞପ୍ତି ଜାରି କରୁନାହାନ୍ତି । ଏଥିସହ ଅନେକ ସମୟରେ ବିଭିନ୍ନ ପ୍ଲାନ ପାଇଁ ଗୋଟିଏ ହିଁ ୱେବ ପେଜରେ ସମସ୍ତ ନିୟମ ସର୍ତ୍ତ ଲେଖି ଦେଇଥାନ୍ତି । ଏପରି ସ୍ଥିତିରେ ସୂଚନା ବୁଝିବାରେ ଗ୍ରାହକ ସକ୍ଷମ ହୋଇନଥାନ୍ତି, ଅଥବା ଏହି ସୂଚନା ଠାରୁ ସେମାନେ ଦୂରେଇ ଯାଆନ୍ତି । ’’

ଏହି ପୂରା ପ୍ରକ୍ରିୟାର ନିୟାମକ ଆବଶ୍ୟକତାଗୁଡ଼ିକରେ ଏକ ମୂଳ ପରିବର୍ତ୍ତନ କରି ଟ୍ରାଇ କହିଛି କି, କମ୍ପାନୀଗୁଡିକ 15 ଦିନ ଭିତରେ ସେମାନଙ୍କ ସେବା କ୍ଷେତ୍ରରେ ପୋଷ୍ଟପେଡ ଓ ପ୍ରିପେଡର ପ୍ରତ୍ୟେକ ଟାରିଫ ପ୍ଲାନର ସୂଚନା, କୌଣସି ଅଫରର ସମ୍ପୂର୍ଣ୍ଣ ତଥ୍ୟକୁ ଗ୍ରାହକ କେନ୍ଦ୍ର, କ୍ରୟ କେନ୍ଦ୍ର, ଖୁଚୁରା କେନ୍ଦ୍ର, ୱେବସାଇଟ୍ ଏବଂ ଆପରେ ଦେବାକୁ ପଡିବ । ଏହା ଅଧିନରେ କମ୍ପାନୀ ଜଣାଇବାକୁ ବାଧ୍ୟ କି, ପ୍ଲାନ ଜରିଆରେ କେତେ ମିନିଟର କଲ, କେତେ ଏସଏମଏସ, ଡାଟା ଓ ତାହାର ଶୁଳ୍କ, ସୀମା (ଡେଡଲାଇନ) ପରେ ଲାଗୁ ଶୁଳ୍ପ ଓ ସୀମା ପରେ ଡାଟାର ସ୍ପିଡ ଏବଂ ଶୁଳ୍କର ସମସ୍ତ ସୂଚନା ।

ଏହା ବ୍ୟତିତ କମ୍ପାନୀଙ୍କୁ ପୋଷ୍ଟେପେଡ ଗ୍ରାହକଙ୍କୁ ସେମାନଙ୍କ କନେକ୍ସନ ଶୁଳ୍କ, ଜମା, ଅତିରିକ୍ତ ଭଡା ଇତ୍ୟାତିର ସୂଚନା ଦେବାକୁ ପଡିବ । ବିଶେଷ ଟାରିଫ ଭାଉଚର୍ସ, କମ୍ପୋ ପ୍ଲାନ ଆଦି ପ୍ଲାନ ସମ୍ବନ୍ଧରେ ମଧ୍ୟ ସ୍ବଚ୍ଛ ଭାବେ ଜଣେଇବାକୁ ପଡିବ ।

ABOUT THE AUTHOR

...view details