ନୂଆଦିଲ୍ଲୀ: ବ୍ୟବସାୟୀ ସଙ୍ଗଠନ କନଫରଡେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଆସନ୍ତା 9 ରୁ ‘ ଚୀନ ଭାରତ ଛାଡ’ ଅଭିଯାନ ଆରମ୍ଭ କରିବ । ଏ ନେଇ ସିଏଆଇଟି ପକ୍ଷରୁ ଘୋଷଣା କରାଯାଇଛି ।
ସିଏଆଇଟି ନିଜ ବିବୃତ୍ତିରେ କହିଛି ଯେ, ଚୀନ ବସ୍ତୁ ବର୍ଜନ ନେଇ ଆମର ଦେଶବ୍ୟାପି ଅଭିଯାନ ‘ ଭାରତୀୟ ସାମଗ୍ରୀ ଆମ ଗର୍ବ ’ ଅଧିନରେ ଅଗଷ୍ଟ 9 ରେ ଚୀନ ବିରୋଧରେ ଏକ ନୂତନ 'ଚାଇନା ଛାଡ ଇଣ୍ଡିଆ' ଅଭିଯାନ ଆରମ୍ଭ ହେବ । ଏହି ଦିନ ଭାରତ ଛାଡ ଆନ୍ଦୋଳନ ମଧ୍ୟ ପାଳନ କରାଯାଇଥାଏ ।
ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଏହି ଦିନ ସାମାଜିକ ଦୂରତା ଏବଂ ନିରାପତ୍ତା ସହ ସମସ୍ତ ନିୟମ ପାଳନ କରି ବ୍ୟବସାୟୀମାନେ ସମସ୍ତ ରାଜ୍ୟର 600 ଟି ସହରରେ ପ୍ରଦର୍ଶନ କରିବେ।
ଖଣ୍ଡେଲୱାଲ କହିଛନ୍ତି କି , ଦୀର୍ଘ 20 ବର୍ଷ ଧରି ଚୀନ ଯେଉଁଭଳି ରଣନୀତି କରି ଭାରତର ଖୁଚୁରା ବଜାରରେ ନିଜ କବଜା ଜମାଇଛି , ତାହାକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ପରିସ୍ଥିତିକୁ ଧ୍ୟାନରେ ରଖି ଚୀନ ଉତ୍ପାଦକୁ ବହିସ୍କାର କରି ଆତ୍ମନିର୍ଭର ଭାରତ ଗଢିବା ଅତ୍ୟନ୍ତ ଜରୁରୀ ।
ନିକଟରେ ରାକ୍ଷୀ ପୂର୍ଣ୍ଣିମା ପର୍ବରରେ ହିନ୍ଦୁସ୍ତାନୀ ରାକ୍ଷୀର ଚାହିଦା ବଢିଛି । ଦେଶରେ ଜାରି ରହିଥିବା ଚୀନ ବିରୋଧ ଅଭିଯାନକୁ ସପୋର୍ଟ କରି ଭାରତୀୟ ଚାଇନା ରାକ୍ଷାକୁ ବର୍ଜନ କରିଛନ୍ତି । ଯେଉଁଥିପାଇଁ ଚୀନକୁ 4 ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।
ସେହିପରି ଆଗାମୀ ସମସ୍ତ ପାର୍ବଣରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର କରିବା ଆବଶ୍ୟକ । ଏହି ସବୁ ପର୍ବରେ ଚୀନରେ ଗୋଟିଏ ବି ସାମଗ୍ରୀ ବ୍ୟବହାର ନ କରିବା ଦରକାର ବୋଲି ସେ କହିଛନ୍ତି ।