ଓଡିଶା

odisha

ETV Bharat / business

ଚୀନକୁ ଆର୍ଥିକ ଝଟକା, ଭୁଷୁଡୁଛି ଅର୍ଥବ୍ୟବସ୍ଥା - 3 decade

ଆମେରିକା ଓ ଚୀନ ଟ୍ରେଡୱାର ଯୋଗୁଁ ଅସ୍ଥିର ବିଶ୍ବର ଜନବହୁଳ ରାଷ୍ଟ୍ରର ଅର୍ଥବ୍ୟବସ୍ଥା । 30 ବର୍ଷର ସର୍ବନିମ୍ନରେ ଚୀନର ମୋଟ ଘେରାଇ ଉତ୍ପାଦ( ଜିଡିପି) ।

ଫାଇଲ ଫଟୋ

By

Published : Jul 15, 2019, 11:41 PM IST

ନୂଆଦିଲ୍ଲୀ: ଚୀନକୁ ବଡ ଝଟକା । ଭୁଷୁଡିବାରେ ଲାଗିଛି ଅର୍ଥବ୍ୟବସ୍ଥା । ଟ୍ରେଡୱାର ପ୍ରଭାବରେ ଧିମେଇଯାଇଛି ଅଭିବୃଦ୍ଧି ଗତି । 2019-20 ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ( ଏପ୍ରିଲ-ଜୁନ)ରେ ଚୀନର ବିକାଶ ଦର ହ୍ରାସ ପାଇ 6.2 ପ୍ରତିଶତରେ ପହଞ୍ଚିଛି । ଯାହାକି ବିଗତ 30 ବର୍ଷରେ ସର୍ବନିମ୍ନ । ସୋମବାର ନ୍ୟାସନାଲ ବ୍ୟୁରୋ ଷ୍ଟାଟିକ୍ସ ଏ ନେଇ ରିପୋର୍ଟ ପ୍ରକାଶ କରିଛି ।

ଚୀନର ମାନ୍ଦା ଅର୍ଥନୀତିର ମୁଖ୍ୟ କାରଣ ଆମେରିକା ସହ ବାଣିଜ୍ୟିକ ଯୁଦ୍ଧ । ରପ୍ତାନୀ ହ୍ରାସ ଓ ନିବେଶ କମିଥିବାକୁ ରାଜସ୍ବ ଖସିଛି । ଫଳରେ ଦେଶର ବିକାସ କମିଛି । ଚୀନର 250 ଅରବ ଡଲାର ସାମଗ୍ରୀ ଉପରେ ଆମରିକା 25 ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବା ପରେ ରପ୍ତାନୀ ପ୍ରଭାବିତ ହୋଇଥିଲା । ଜୁନ ମାସରେ ଚୀନର ରପ୍ତାନୀ 1.3 ପ୍ରତିଶତ କମିଥିବା ବେଳେ ଆମଦାନୀ 7.3 ପ୍ରତିଶତ ଖସିଛି । ଏଥିଯୋଗୁଁ ଦେଶକୁ ବହୁ କ୍ଷତି ସହିବାକୁ ମଧ୍ୟ ପଡୁଛି ।

ପ୍ରକାଶ ଥାଉ ଯେ, ଚୀନରେ କ୍ୟାଲେଣ୍ଡର ବର୍ଷକୁ ହିଁ ଆର୍ଥିକ ବର୍ଷ ଭାବେ ଗଣନା କରାଯାଏ । ଅର୍ଥାତ ଆର୍ଥିକ ବର୍ଷର ଜାନୁଆରୀ ପହିଲାକୁ ଆରମ୍ଭ ହୋଇ ଡିସେମ୍ବର 31ରେ ସରିଥାଏ । ତେବେ ଆକଳନ ଅନୁଯାୟୀ ଦେଶର ଜିଡିପି 6.4 ପ୍ରତିଶତ ରହିବ ବୋଲି କୁହାଯାଉଥିଲା । 250 ଅରବ ଡଲାର ସାମଗ୍ରୀ ଉପରେ ଆମେରିକା ଚୀନ ଠାରୁ ଆମଦାନୀ ଶୁଳ୍କ ଆଦାୟ କରୁଥିଲା ।

For All Latest Updates

ABOUT THE AUTHOR

...view details