ଓଡିଶା

odisha

ETV Bharat / business

କୃଷକଙ୍କ ଭାରତ ବନ୍ଦ ଡାକରାକୁ ଟ୍ରେଡ ୟୁନିଅନର ସମର୍ଥନ - Bharat Bandh

କୃଷକଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି 10 ଟ୍ରେଡ ୟୁନିୟନର ଏକ ମିଳିତ ମଞ୍ଚ । ଆସନ୍ତା 8 ତାରିଖରେ କୃଷକ ସଙ୍ଗଠନ ଭାରତ ବନ୍ଦ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ..

କୃଷକଙ୍କ ଭାରତ ବନ୍ଦ ଡାକରାକୁ ଟ୍ରେଡ ୟୁନିଅନର ସମର୍ଥନ
କୃଷକଙ୍କ ଭାରତ ବନ୍ଦ ଡାକରାକୁ ଟ୍ରେଡ ୟୁନିଅନର ସମର୍ଥନ

By

Published : Dec 5, 2020, 7:10 PM IST

ନୂଆଦିଲ୍ଲୀ: ଡିସେମ୍ବର 8 ରେ କୃଷକ ସଙ୍ଗଠନ ଦ୍ବାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଟ୍ରେଡ ୟୁନିଅନ । 10 ଟ୍ରେଡ ୟୁନିୟନର ଏକ ମିଳିତ ମଞ୍ଚ ଅନ୍ନଦାତାଙ୍କ ସହ ଛିଡା ହେବାକୁ ଦେଇଛି ପ୍ରସ୍ତାବ ।

ଏହି ୟୁନିଅନ ଗୁଡିକ ନଭେମ୍ବର 26ରେ ଦେଶବ୍ୟାପୀ ଧର୍ମଘଟ ଆହ୍ବାନ ଦେଇଛନ୍ତି । ନିକଟରେ ପାରିତ ହୋଇଥିବା ଲେବର କୋଡ ବ୍ୟତୀତ ଅନ୍ୟାନ୍ୟ କୃଷି ଆଇନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ଲକ୍ଷ୍ୟ ରଖିଛି।

10 ଟ୍ରେଡ ୟୁନିଅନକୁ ନେଇ ଏହି ମିଳିତ ମଞ୍ଚ ଯେଉଁଥିରେ ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିଅନ କଂଗ୍ରେସ , ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ, ହିନ୍ଦ ମଜଦୁର ସଭା (ଏଚଏମଏସ), ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିଅନ୍ସ (ସିଟୁ), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର, ଟ୍ରେଡ ୟୁନିଅନ କୋ-ଅର୍ଡିନେସନ ସେଣ୍ଟର, ସେଲ୍ଫ-ଏମ୍ପାଇଡ ୱମେନ୍ସ ଆସୋସିଏସନ, ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ ୟୁନିଅନ୍ସ , ଲେବର ପ୍ରୋଗ୍ରେସିଭ ଫେଡରେସନ ଓ ୟୁନାଇଟେଡ ଟ୍ରେଡ ୟୁନିଅନ କଂଗ୍ରେସ ସାମିଲ ଅଛି ।

ଏକ ମିଶ୍ରିତ ବୟାନରେ କୁହାଯାଇଛି ଯେ, କେନ୍ଦ୍ରୀୟ ବ୍ୟାପାର ସଂଘ ଓ ସ୍ବତନ୍ତ୍ର ରିଜନାଲ ଫେଡେରେସନ / ସଂଘର ଜଏଣ୍ଟ ଫୋରମ ‘କଳା କୃଷି ଆଇନ’କୁ ସମାପ୍ତ ପାଇଁ ଦାବି କରି କୃଷକଙ୍କ ସଂଘର୍ଷକୁ ହୃଦୟରୁ ସମର୍ଥନ ପାଇଁ କହିଛନ୍ତି ।

ABOUT THE AUTHOR

...view details