ଓଡିଶା

odisha

ETV Bharat / business

ଆସନ୍ତା 8 ରେ ଶ୍ରମିକ ସଂଗଠନର ଦେଶବ୍ୟାପୀ ଆନ୍ଦୋଳନ ଡାକରା - trade unions call for nationwide strike

ସରକାରଙ୍କ ନୀତି ବିରୋଧରେ ରାଷ୍ଟ୍ରୀୟ ଶ୍ରମିକ ସଙ୍ଗଠନର ଆନ୍ଦୋଳନ ଡାକରା । ଜାନୁଆରୀ 8ରେ ଦେଶବ୍ୟାପୀ ଆନ୍ଦୋଳନ କରିବକୁ ଦଳର ଆହ୍ବାନ ।

trade unions call for nationwide strike on jan 8
ଆସନ୍ତା 8 ରେ ଶ୍ରମିକ ସଂଗଠନର ଦେଶବ୍ୟାପି ଆନ୍ଦୋଳନ ଡାକରା

By

Published : Dec 27, 2019, 3:14 PM IST

ନୂଆଦିଲ୍ଲୀ: ସରକାରଙ୍କ ନୀତି ବିରୋଧରେ ରାଷ୍ଟ୍ରୀୟ ଶ୍ରମିକ ସଙ୍ଗଠନର ଆନ୍ଦୋଳନ ଡାକରା । ଜାନୁଆରୀ 8ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଦଳର ଆହ୍ବାନ । ରାଷ୍ଟ୍ରୀୟ କୋଲିୟରୀ ଶ୍ରମିକ ସଂଘ (ଆରସିଏମଏସ)ର ମହାସଚିବ ଏ.କେ. ଝା ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ତରର ଶ୍ରମିକ ସଂଗଠନକୁ ନେଇ ଆୟୋଜିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରୀୟ କୋଲୟରୀ ଶ୍ରମିକ ସଂଘ INTUCର ଏକ ୟୁନିଟ ।

ଏହି ବୈଠକରେ ଇଣ୍ଡିଆନ ନ୍ୟାସନାଲ ଟ୍ରେଜ ୟୁନିୟନ କଂଗ୍ରେସ(INTUC), ଅଲ ଇଣ୍ଡିଆ ଟ୍ରେଡ ୟୁନିଟନ କଂଗ୍ରେସ(ଏଆଇଟିମୟୁସି). ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିଅନ(ସିଟୁ) ଓ ହିନ୍ଦ ଶ୍ରମିକ ସଭା(ଏଚଏମଏସ)ର ପ୍ରତିନିଧି ଭାଗ ନେଇଥିଲେ ।

ଆରସିଏମଏସ ମହାସଚିବ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ଶ୍ରମିକଙ୍କ ଅଧିକାର ଓ ସୁବିଧାକୁ ହ୍ରାସ କରୁଛନ୍ତି । ସେ ପୁଞ୍ଜିପତିଙ୍କ ପାଇଁ ସାର୍ବଜନୀନ କମ୍ପାନୀର ଘରୋଇକରଣ କରୁଛନ୍ତି । ଏବେ ଶ୍ରମିକ ସଂଗଠନ ପାଖରେ ହଡତାଲ ବ୍ୟତିତ ଆଉ କିଛି ଚାରା ନାହିଁ । ଏହି ଆନ୍ଦୋଳନରେ ଝାରଖଣ୍ଡର କୋଇଲା ଖଣିରେ କାମ କରୁଥିବା 4 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକ ସାମିଲ ହେବେ ।

ABOUT THE AUTHOR

...view details