ଓଡିଶା

odisha

By

Published : May 17, 2020, 9:26 PM IST

ETV Bharat / business

20 ଲକ୍ଷ କୋଟି ପ୍ୟାକେଜର ରାଜକୋଷୀୟ ପ୍ରଭାବ 1.50 ଲକ୍ଷ କୋଟି ଟଙ୍କା: ରିପୋର୍ଟ

ରବିବାର ଘୋଷଣାର କେବଳ ଗୋଟିଏ ପଦକ୍ଷେପ, MNREGA ଅଧୀନରେ 40,000 କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ ହିଁ ରାଜକୋଷୀୟ ପ୍ରଭାବ ପକାଇବ । ଅଧିକ ପଢନ୍ତୁ...

Total fiscal impact of 'Rs 20L crore package' to be Rs 1.50 lakh crore: Report
20 ଲକ୍ଷ କୋଟି ପ୍ୟାକେଜର ରାଜକୋଷୀୟ ପ୍ରଭାବ 1.50 ଲକ୍ଷ କୋଟି ଟଙ୍କା :ରିପୋର୍ଟ

ମୁମ୍ବାଇ: ରବିବାର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ପଞ୍ଚମ କିସ୍ତିର ପରିମାଣ 40,00 କୋଟି ଟଙ୍କା ହେବ । ଏଭଳି ଭାବେ ଗତ କିଛି ଦିନ ମଧ୍ୟରେ ଘୋଷଣା ହୋଇଥିବା ଯୋଜନାର ରାଜକୋଷୀୟ ପ୍ରଭାବ 1.50 ଲକ୍ଷ କୋଟି ଓ ମୋଟ ଘରୋଇ ଉତ୍ପାଦ(ଜିଡିପି)ର 0.75 ପ୍ରତିଶତ । ଏକ ରିପୋର୍ଟରେ ଏ ନେଇ ଅନୁମାନ କରାଯାଇଛି ।

କୋରୋନା ପ୍ରଭାବିତ ଅର୍ଥନୀତିକୁ ବଳ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା ହୋଇଥିବା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଜିଡିପିର 10 ପ୍ରତିଶତ । 5ଟି ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଶେଷ କରିଛନ୍ତି । ଏଥିରୁ ବହୁ ଯୋଜନା, ଋଣ ଗ୍ୟାରେଣ୍ଟି ଆଦି ଯାହାର ତତ୍କାଳ କୌଣସି ରାଜକୋଷୀୟ ଖର୍ଚ୍ଚ ବହନ କରିବ ନାହିଁ ।

ଭାରତର ବାର୍କଲେଜ ମୁଖ୍ୟ ଅର୍ଥନୀତିଜ୍ଞ ରାହୁଲ ବାଜୋରିଆ କହିଛନ୍ତି, "ଆମେ ଆକଳନ କରୁଛୁ ଯେ ବଜେଟରେ ଏହି 20 ଲକ୍ଷ କୋଟି ପ୍ୟାକେଜର ଆର୍ଥିକ ପ୍ରଭାବ ମାତ୍ର 1.50 ଲକ୍ଷ କୋଟି କିମ୍ବା ଜିଡିପିର 0.75 ପ୍ରତିଶତ ହେବ । ଆମେ ଏହାର ରିପୋର୍ଟ ଗଣନା ଏବଂ ଆକଳନ ଆଧାରରେ ନିର୍ଦ୍ଧାରଣ କରିଛୁ ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ପରେ ଚଳିତ ଆର୍ଥିକ ବର୍ଷରେ ରାଜକୋଷୀୟ ଘାଟା ଜିଡିପିର 6 ପ୍ରତିଶତ ମଧ୍ୟରେ ସୀମିତ ରହିପାରିବ । ରାଜକୋଷୀୟ ଘାଟାର ବଜେଟ ଲକ୍ଷ୍ୟ ହେଉଛି 3.5 ପ୍ରତିଶତ । ବାଜୋରିଆ କହିଛନ୍ତି ଯେ ରବିବାର ଘୋଷଣାର କେବଳ ଗୋଟିଏ ପଦକ୍ଷେପ, MNREGA ଅଧୀନରେ 40,000 କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ ହିଁ ରାଜକୋଷୀୟ ପ୍ରଭାବ ପକାଇବ ।

ABOUT THE AUTHOR

...view details