ଓଡିଶା

odisha

ETV Bharat / business

ସୋମବାର ଠୁ ଶସ୍ତାରେ ସୁନା କିଣିବା ନେଇ ମିଳିବ ସୁଯୋଗ - sovereign gold bond scheme

ସୋମବାର ଠୁ ଶସ୍ତାରେ ମିଳିବ ସୁନା । ଅସଲି ଦାମ ଠାରୁ କମ ମୂଲ୍ୟରେ ଆପଣ କିଣିପାରିବେ । ଏନେଇ ମୋଦି ସରକାର ସୋମବାର ଠାରୁ ସୋଭରେନ ଗୋଲ୍ଡ ବଣ୍ଡ ସ୍କିମ 2019-20ବର୍ଷରେ ନିବେଶ କରିବାର ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

sovereign gold bond scheme
ଶସ୍ତାରେ ସୁନା କ୍ରୟ ନେଇ ସୁଯୋଗ

By

Published : Mar 1, 2020, 9:29 PM IST

ନୂଆଦିଲ୍ଲୀ: ନିକଟରେ ଆକାଶ ଛୁଆଁ ହୋଇଥିଲା ସୁନା ଦର । ପ୍ରତି 10 ଗ୍ରାମକୁ 44 ହଜାର ଟଙ୍କା ହୋଇ ରେକର୍ଡ ସ୍ତରରେ ପହଞ୍ଚିଥିଲା। ତେବେ ସୋମବାର ଠାରୁ ମୋଦି ସରକାର ଶସ୍ତାରେ ସୁନା କ୍ରୟ କରିବା ନେଇ ସୁଯୋଗ ଦେବେ ବୋଲି ଜଣାପଡିଛି। ଏହି ସୁଯୋଗର କିପରି ଲାଭ ଉଠାଇବେ ଆସନ୍ତୁ ଜାଣିବା।

ଶସ୍ତାରେ ସୁନା କ୍ରୟ ନେଇ ସୁଯୋଗ

ସେୟାର ବଜାରରେ ନିବେଶ ସର୍ବଦା ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ କୋରୋନା ଭାଇରସ ନେଇ ସେୟାର ବଜାରରେ ନିବେଶକଙ୍କ ଅର୍ଥ ବୁଡିବାରେ ଲାଗିଛି । ଅର୍ନ୍ତରାଷ୍ଟ୍ରୀୟ ବଜାରର ମଧ୍ୟ ସମାନ ସ୍ଥିତି । ଚଳିତ ଆର୍ଥିକ ବର୍ଷରେ ସୁନାରେ ନିବେଶ କରିବାର ଶେଷ ମଉକା । ତେଣୁ ମୋଦି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଶସ୍ତାରେ ସୁନା କ୍ରୟ ନେଇ ସୁଯୋଗ

ସୋଭରେନ ଗୋଲ୍ଡ ବଣ୍ଡ 2019-20ବର୍ଷରେ ନିବେଶ କରିବାର ତାରିଖ ଘୋଷଣା କରିଛନ୍ତି । ଆସନ୍ତାକାଲି ଠାରୁ ସୁନାରେ ଆପଣ ନିବେଶ କରିପାରିବେ। ଆରବିଆଇ ଅନୁସାରେ, ନିବେଶକ ମାର୍ଚ୍ଚ 2ରୁ 6 ପର୍ଯ୍ୟନ୍ତ ସୁନାରେ ନିବେଶ କରିପାରିବେ । ଗ୍ରାମପ୍ରତି 4,260 ଟଙ୍କା ନିବେଶ କରିବା ନେଇ ନିର୍ଦ୍ଧାରିତ କରାଯାଇଛି । ମାର୍ଚ୍ଚ 11 ସୁଦ୍ଧା ଆବେଦନର ସେଟେଲମେଣ୍ଟ ହୋଇଯିବ । ଏହି ଦିନ ନିବେଶକଙ୍କୁ ବଣ୍ଡ ମିଳିଯିବ ।

ଅନଲାଇନ ମାଧ୍ୟମରେ ମଧ୍ୟ ଆପଣ ଆବେଦନ କରିପାରିବେ । ଯଦି ଆପଣ ଡିଜିଟାଲ ମୋଡରେ ପେମେଣ୍ଟ କରୁଛନ୍ତି ତେବେ 50 ଟଙ୍କା ରିହାତି ମିଳିବ । ବର୍ତ୍ତମାନ ଦିଲ୍ଲୀରେ ସୁନା ଦର 42,870 ରହିଥିବା ବେଳେ ବଣ୍ଡ ପରେ ଆପଣଙ୍କୁ 770 ଟଙ୍କା ରିହାତି ମିଳିପାରିବ ।

ABOUT THE AUTHOR

...view details