ଓଡିଶା

odisha

ETV Bharat / business

ମାଇକ୍ରୋସଫ୍ଟ ନୁହେଁ ଓରାକଲ ସହ ହାତ ମିଳାଇଲା ଟିକ୍‌ଟକ୍‌ - ମାଇକ୍ରୋସଫ୍ଟକୁ ପଛରେ ପକାଇଲା ଓରାକଲ

ମାଇକ୍ରୋସଫ୍ଟ ଅଫରକୁ ଏଡାଇ ଓରାକଲକୁ ଚୟନ କଲା ଟିକଟକ । ଏହା ପୂର୍ବରୁ ଆମେପରିକା ରାଷ୍ଟ୍ରପତି ଟ୍ରମ୍ପ ଟିକଟକକୁ ଦେଶର ସୁରକ୍ଷା ପାଇଁ ବିପଦ ଦର୍ଶାଇ ଏହାର ବ୍ୟବସାୟକୁ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଢନ୍ତୁ..

TikTok picks Oracle over Microsoft in forced sale
TikTok picks Oracle over Microsoft in forced sale

By

Published : Sep 14, 2020, 12:31 PM IST

ନୂଆଦିଲ୍ଲୀ: ଟିକଟକର ମୂଳ କମ୍ପାନୀ ବାଇଟଡ୍ୟାନ୍ସ ମାଇକ୍ରୋସଫ୍ଟ ବଦଳରେ ଓରାକଲକୁ ଚୟନ କରିଛି । ଟିକଟକ ବିଜନେସ ମାଇକ୍ରୋସଫ୍ଟକୁ ବିକ୍ରି କରାଯିବ ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଦେଇଛି । ସେପଟେ ବାଇଟଡ୍ୟାନ୍ସ କମ୍ପାନୀ ଆମେରିକା ଟିକଟକକୁ ପରିଚାଳନା ପାଇଁ ଓରିକଲ ସହ ଟେକ୍ନିକାଲ ପାର୍ଟନରସିପ କରିଛି । ଏ ମାମଲା ସହ ଜଡିତ 3 ସୂତ୍ର ଅନୁସାରେ ବାଇଟଡ୍ୟାନ୍ସ ନିଜର ଭିଡିଓ ମେକିଂ ଆପ ଟିକଟକକୁ ସମ୍ପୂର୍ଣ୍ଣ ରୂପେ ବିକ୍ରି କରିନାହିଁ ।

ଏହି ଟେକ୍ନିକାଲ ପାର୍ଟନରସିପ ଡିଲ ଅଧିନରେ ଓରାକଲ ଏବେ ଜାତୀୟ ସୁରକ୍ଷାର ପ୍ରସଙ୍ଗକୁ ଅନୁସନ୍ଧାନ କରିବ ଏବଂ ସମାଧାନ କରିବ ଯାହା ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରଶ୍ନ କରାଯାଇଥିଲା।

ପ୍ରକାଶ ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକ ବ୍ୟବସାୟକୁ କୌଣସି ଆମେରିକୀୟ କମ୍ପାନୀକୁ ବିକ୍ରି ପାଇଁ ବାଇଟଡ୍ୟାନ୍ସକୁ ସେପ୍ଟେମ୍ବର 15 ଯାଏଁ ସମୟ ଦେଇଛନ୍ତି ।

ବାଇଟଡ୍ୟାନ୍ସ ଏକ ବିବୃତ୍ତିରେ କହିଛି କି, ଏହାର ପ୍ରସ୍ତାବ ଟିକଟକ ୟୁଜର୍ସଙ୍କ ପାଇଁ ବହୁତ ଭଲ ରହିଛି । ଏଥିସହ ଜାତୀୟ ସୁରକ୍ଷା ସ୍ବାର୍ଥ ହିତରେ ରହିଛି । ଏଥିପାଇଁ କିଛି ବଡ ପରିବର୍ତ୍ତନ କରାଯାଇଛି ବୋଲି କମ୍ପାନୀ କହିଛି ।

ABOUT THE AUTHOR

...view details