ନୂଆଦିଲ୍ଲୀ: ସରକାରଙ୍କ ରୋଗାଗ୍ରସ୍ତ ରାଜସ୍ବ ସ୍ଥିତିକୁ ନଜରରେ ରଖି କେନ୍ଦ୍ରୀୟ ବଜେଟ 2020-21ରେ ସେପରି କିଛି ବଡ ଘୋଷଣା ଆଶା ନାହିଁ । ଉପଭୋଗ ଓ ଚାହିଦାକୁ ବଢାଇବା ପାଇଁ ବ୍ୟକ୍ତିଗତ ଆୟକୁ ବୃଦ୍ଧି ସହ ଏକ ନିର୍ଦ୍ଦିଷ୍ଟ ନୀତି ତିଆରି କରାଯାଇପାରେ ।
ଉଦୌଗ ଦ୍ବାରା ଆୟକରକୁ ହ୍ରାସ କରିବାକୁ ପୁଣି ଦାବି ଉଠିଥିବା ବେଳେ ସରକାର ଅଡୁଆରେ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ଆୟକର ହ୍ରାସ ହୁଏ, ଲୋକ ଟଙ୍କା ଖର୍ଚ୍ଚ ନ କରି ସଞ୍ଚୟ କରିପାରନ୍ତି ବୋଲି ସରକାରଙ୍କୁ ଆଶଙ୍କା ରହିଛି ।
ସେପ୍ଟେମ୍ବରରେ 1.45 କୋଟି ଟଙ୍କାର କର୍ପୋରେଟ ଟିକସ ହ୍ରାସ ପରେ ସରକାର ଟିକସ ହ୍ରାସ ନ କଲେ ରାଜକୋଷୀୟ ଘାଟା କମିପାରେ । ଅଧିକାରୀମାନେ କହିଛନ୍ତି ଯେ, ଏଥିପାଇଁ ଆହୁରି ପ୍ରସ୍ତୁତି କରିବାକୁ ହେବ । ଏପଟେ ଲୋକସଭାରେ କର ଆଇନ ସଂଶୋଧନ ବିଧେୟକ, 2019 ଉପରେ ବିତର୍କର ଜବାବ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ, ଏହି ମାସର ଆରମ୍ଭରେ ପ୍ରତ୍ୟକ୍ଷ କର ସଂଗ୍ରହରେ କୌଣସି ହ୍ରାସ ଦେଖିବାକୁ ମିଳିନି ।