ଓଡିଶା

odisha

ETV Bharat / business

ଶକ୍ତ ହେବ ବ୍ୟବସ୍ଥା, ପହିଲାରୁ ନୂଆ ଆୟକର ନିୟମ

ସେପ୍ଟମ୍ବର ପହିଲାରୁ ଲାଗୁ ହେବ ନୂଆ ଆୟକର ନିୟମ । ଟିଡିଏସ, ଆଧାର, ପାନ ଆଦି ଜଡିତ ବହୁ ଆୟକର ନିୟମରେ ପରିବର୍ତ୍ତନ ହେବ । ଯଦି ଜାଣିନାହାନ୍ତି, ତବେ ପଢନ୍ତୁ କଣ ସବୁ ହେବ ନୂଆ ପରିବର୍ତ୍ତନ...

ପ୍ରତିକାତ୍ମକ ଫଟୋ

By

Published : Aug 31, 2019, 12:51 PM IST

ନୂଆଦିଲ୍ଲୀ: ଆୟକର ନିୟମରେ ପରିବର୍ତ୍ତନ ସାଧାରଣତଃ ଏପ୍ରିଲ ପହିଲାରୁ(ନୂଆ ଆର୍ଥିକ ବର୍ଷ ଦିନ) ଲାଗୁ ହୋଇଥାଏ । ହେଲେ ଲୋକସଭା ନିର୍ବାଚନ ଯୋଗୁଁ ଆର୍ଥିକ ବର୍ଷ 2019-20ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ବର୍ଷ ଜୁଲାଇରେ ଆଗତ କରାଯାଇଛି । ଏଥିଯୋଗୁଁ ବଜେଟରେ ହୋଇଥିବା ଆୟକର ପରିବର୍ତ୍ତନକୁ ସେପ୍ଟମ୍ବର ପହିଲାରୁ ଲାଗୁ ହେବ । ଏଥିସହ ଟିଡିଏସ, ଆଧାର, ପାନ ଆଦି ଜଡିତ । ତେବେ ଜାଣନ୍ତୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ


ଘର କିଣିଲେ ଟିଡିଏସ

- ସ୍ଥାବର ସମ୍ପତ୍ତି କିଣିଲେ ଯେଉଁ ସବୁ ଅତିରିକ୍ତ ଫି ରହିଥାଏ ତା ଉପରେ ଟିଡିଏସ ଦେବାକୁ ପଡିବ । ଅର୍ଥାତ ଯଦି ଆପଣ କୌଣସି ସ୍ଥାବର ସମ୍ପତ୍ତି କିଣୁଛନ୍ତି ସେତେବେଳେ କ୍ଲବ ସଦସ୍ୟତା ଫି, କାର ପାର୍କିଂ ଦେୟ, ବିଜୁଲ ଓ ପାଣି ବିଲ ଭଳି ଅନ୍ୟନ ସେବା ପାଇଁ ଦେୟ ଦେବାକୁ ପଡିବ । ଜାଗାର ମୁଲ୍ୟ ସହ ଏସବୁ ମିଶାଇ ଟିଡିଏସକୁ ହିସାବ ହେବ । ପୂର୍ବରୁ ଏସବୁ ସେବା ପାଇଁ କୌଣସି ଟିଡିଏସ ଦେବାକୁ ପଡୁନଥିଲା । କାରଣ ପ୍ରପର୍ଟି କିଣିବା ବେଳେ ହିଁ ଏହି ଟିଏଡିଏସକୁ କାଟି ଦିଆଯାଉଥିଲା । ତେବେ ଏବେ ବି ପୂର୍ବ ଭଳି 50 ଲକ୍ଷର ପ୍ରପର୍ଟି କିଣିବା ଉପରେ 1 ପ୍ରତିଶତ ଟିଡିଏସ ଦେବାକୁ ପଡିବ।

ବ୍ୟାଙ୍କ ଖାତାରୁ ନଗଦ ଉଠାଣ ଉପରେ ଟିଡିଏସ

-ଗୋଟି ଆର୍ଥିକ ବର୍ଷରେ 1କୋଟିରୁ ଉର୍ଦ୍ଧ୍ବ ଟଙ୍କା ଉଠାଣ ଉପରେ 2 ପ୍ରତିଶତ ଟିଡିଏସ ଲାଗିବ । ଦେଶରେ ଡିଜିଟାଲ ବା କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନକୁ ରୋକିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ବଜେଟରେ ଘୋଷଣା କରିଥିଲେ।

ଠିକାଦାର ତଥା ଫ୍ରଫେସନାଲଙ୍କୁ ବ୍ୟକ୍ତିଙ୍କୁ ପେମେଣ୍ଟ ଉପରେ କଟିବ ଟିଡିଏସ

କୌଣସି ବ୍ୟକ୍ତି କିମ୍ବା ହିନ୍ଦୁ ଅବିଭାଜିତ ପରିବାର ( ଏଚୟୁଏଫ ) ବିଭିନ୍ନ କାର୍ଯ୍ୟ ପାଇଁ ଟିକାଦାର କିମ୍ବା ପ୍ରଫେସନାଲଙ୍କୁ ବାର୍ଷିକ 50 ଲକ୍ଷରୁ ଅଧିକ ଟଙ୍କା ପେମେମ୍ଟ ଉପରେ 5 ପ୍ରତିଶତ ଟିଡିଏସ କଟିବ।


ବ୍ୟାଙ୍କ ଓ ଏଫଆଇ ମଧ୍ୟ କ୍ଷୁଦ୍ର ନେଣଦେଣ ରିପୋର୍ଟ ଦେବେ

-ଏବେ ସୁଦ୍ଧା 50 ହଜାରରୁ ଅଧିକ ଟଙ୍କା ଉଠାଣ ନେଇ ବ୍ୟାଙ୍କ ତଥା ଆର୍ଥିକ ଅନୁଷ୍ଠାନ ସବୁ ତଥ୍ୟ ସରକାରଙ୍କୁ ଦେଉଥିଲେ । ହେଲେ ନୂଆ ନିୟମ ଅନୁଯାୟୀ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଏଣିକି ଛୋଟ ଛୋଟ ଟ୍ରାଞ୍ଜକ୍ସନ ଉପରେ ମଧ୍ୟ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ଆୟକର ବିଭାଗକୁ ଜଣାଇବେ । ଏହାକୁ ଆୟକର ରିଟର୍ଣ୍ଣ ଯାଞ୍ଚ ବେଳେ ବ୍ୟବହାର ହେବ ।

ଯାଦି ପାନ ଓ ଆଧାର ଲିଙ୍କ ନଥିବ
- ନୂଆ ନିୟମ ଅନୁଯାୟୀ ନିର୍ଦ୍ଧାରିତ ଅବଧି ଭିତରେ ଆଧାର ସହ ପାନ ସଂଯୋଗ ହୋଇନଥିଲେ ପାନ ଅବୈଧ ରହିବ ।

ABOUT THE AUTHOR

...view details