ନୂଆଦିଲ୍ଲୀ: ମହିଳାଙ୍କ ମାସିକ ଧର୍ମର ସ୍ବଚ୍ଛତା ପାଇଁ ଡିସ୍ପୋଜେବଲ ସାନିଟାରୀ ନାପକିନର ବ୍ୟବହାର ଗତ ଦଶନ୍ଧି ଧରି ଦେଶରେ ପର୍ଯ୍ୟାପ୍ତ ପରିମାଣରେ ବଢିଚାଲିଛି । ହେଲେ ଏବେ ଆତ୍ମନିର୍ଭର ଭାରତ ଆହ୍ବାନ ସହ ସମସ୍ତଙ୍କ ଦୃଷ୍ଟି ଏବେ ଏହାର ମ୍ୟାନୁଫେକ୍ଚରିଂ ଆଡକୁ ଯାଉଛି । ଆଉ ମନେ ହେଉଛି କି ଏହି କ୍ଷେତ୍ରରେ ପ୍ରୟାସ ମାତ ଖାଇଛି । କାରଣ ଭାରତରେ ବିକ୍ରି ହେଉଥିବା ଅଧିକାଂଶ ସାନିଟାରୀ ନାପକିନ ପାଇଁ ବ୍ୟବହୃତ ମେସିନ ଓ କଞ୍ଚାମାଲ ଆମଦାନୀ କରାଯାଇଥାଏ ।
ଭାରତୀୟ ସାନିଟାରୀ ମାର୍କେଟ ସ୍ପେଶର ଏକ ବଡ ଅଂଶ ବହୁରାଷ୍ଟ୍ରୀୟ କମ୍ପାନୀ (MNCs) ଅକ୍ତିଆର କରି ରଖିଛି । ଫେମିନାଇନ ହାଇଜିନ ପ୍ରଡକ୍ଟସ ମାର୍କେଟ ଇନ ଇଣ୍ଡିଆ 2019 (Feminine Hygiene Products Market in India 2019) ଶୀର୍ଷକର ଏକ ରିପୋର୍ଟ ଅନୁସାରେ , ପ୍ରଡକ୍ଟ ଆଣ୍ଡ ଗାମ୍ବଲ ହାଇଜୀନ ଆଣ୍ଡ ହେଲଥକେୟାର ଲିମିଟେଡ (P&G)ର ସାନିଟାରୀ ନାପକିନ ବ୍ରାଣ୍ଡ ହ୍ବିସପର 2018 ରେ ଭାରତରେ ସବୁଠୁ ବଡ ବଜାର ଅଂଶଧନ (51 ପ୍ରତିଶତ) ଅଧିଗ୍ରହଣ କରିଛି । ଏହା ପଛକୁ ଷ୍ଟେ ଫ୍ରି (Johnson and Johnson) ଏବଂ କୋଟେକ୍ସ (Kimberly-Clark) ରହିଛି । ଏହା ବ୍ୟତିତ Saral ଡିଜାଇନ, ସୁଧା ପ୍ଲସ ହାଇଜିନ ପ୍ରଡକ୍ଟ , ସିରୋନା ହାଇଜିନ, ସାଥି ପ୍ୟାଡ ଏବଂ ଅନ୍ୟାନ ସ୍ଥାନୀୟ ବେପାରୀ ମଧ୍ୟ ରହିଛନ୍ତି ।
ତେବେ ବଢ କଥା ଯେ, ଅଧିକାଂଶ MNC ଗୁଡିକ ୟୁରୋପରୁ ଆମଦାନୀ ହୋଇଥିବା ହାଇ ସ୍ପିଡ୍ ସାନିଟାରୀ ପ୍ୟାଡ୍ ମେସିନରେ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି । ପ୍ରତ୍ୟେକ ମେସିନ ମିନଟ ପ୍ରତି 600 ରୁ 1200 ପ୍ୟାଡ ତିଆରି କରୁଛନ୍ତି । ଏହି ମେସିନ ପାଇଁ ପ୍ରାୟ ପ୍ରାୟ 40 କୋଟି ଟଙ୍କା ବ୍ୟୟ କରିଥାନ୍ତି କମ୍ପାନୀ । ଚୀନ ଏଭଳି ହାଇସ୍ପିଡ ମେସିନର ନିର୍ମାଣ ଓ ରପ୍ତାନୀ କରିଥାଏ । ଯାହାର ଦାମ 5 ରୁ 10 କୋଟି ଟଙ୍କା ରହିଥାଏ । ଆଉ ଏହାର ବ୍ୟବହାର ବହୁ ସ୍ଥାନୀୟ ଭାରତୀୟ କାରବାରୀ ଦ୍ବାରା କରାଯାଇଥାଏ ।
ମୁମ୍ବାଇର ମାସିକ ଋତୁସ୍ରାବ ସ୍ବଚ୍ଛତା ସ୍ଥାନରେ ହାର୍ଡୱୟାର ଷ୍ଟାର୍ଟ ଅପ୍ ସାରଲ୍ ଡିଜାଇନ୍ସର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ କାର୍ତ୍ତିକ ମେହେତା ଇଟିଭି ଭାରତକୁ କହିଛନ୍ତି ଯେ,‘‘ ବର୍ତ୍ତମାନ ଭାରତରେ ଏହି ହାଇ ସ୍ପିଡ୍ ମେସିନ୍ଗୁଡ଼ିକର କୌଣସି OEM (ମୂଳ ଉପକରଣ ନିର୍ମାଣ) ହୋଇନାହିଁ । ଏଣୁ ଏସବୁକୁ ଆମଦାନୀ କରାଯାଇଥାଏ ।
ସାରଳ ଡିଜାଇନ୍ସ ସେମି-ଅଟୋମେଟିକ୍ ସାନିଟାରୀ ପ୍ୟାଡ ତିଆରି କରୁଥିବା ମେସିନରେ ଭାରତର ପ୍ରମୁଖ କମ୍ପାନୀ । ଯାହାକୁ ମୂଳ ରୂପରେ ଅରୁଣାଚଳମ ମୁରୁଗଅନନ୍ତମ (ଯାହା ଜୀବନ ଉପରେ ପ୍ୟାଡମ୍ୟାନ ଫିଲ୍ମ ଆଧାରିତ ) ଙ୍କ ଡିଜାଇନ କରାଯାଇଥିବା କମ ଖର୍ଚ୍ଚରେ ସାନିଟାରୀ ନାପକିନ ତିଆରି ହେଉଥିବା ମେସିନର ଏକ ସ୍ବଚାଳିତ ସଂସ୍କରଣ ।