ନୂଆଦିଲ୍ଲୀ: ଟେଲିକମ ସେବା ଉଦ୍ୟୋଗର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା 2020 ଅକ୍ଟୋବର ମାସରେ ପ୍ରାୟ 25 ଲକ୍ଷ ବୃଦ୍ଧି ହୋଇ 96.1 କୋଟିରେ ପହଞ୍ଚିଛି । ଆଇସିଆଇସିଆଇ ସିକ୍ୟୁରିଟିଜ ଶୁକ୍ରବାରକୁ ଜାରି ଏହାର ସଦ୍ୟ ରିପୋର୍ଟରେ ଏ ନେଇ କହିଛି ।
ରିପୋର୍ଟ ମୁତାବକ ଶୁଳ୍କରେ ବୃଦ୍ଧି ଯୋଗୁଁ ସିମ ଓ ଏକୀକରଣର ପ୍ରଭାବ କମୁଛି । ଯାହା ଦ୍ବାରା ସକ୍ରିୟ କନେକ୍ସନର ସଂଖ୍ୟାରେ ବୃ୍ଦ୍ଧି ହୋଇଛି । ରିପୋର୍ଟରେ ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ତଥ୍ୟ ଆଧାରରେ କୁହାଯାଇଛି କି, ଅକ୍ଟୋବର ମାସରେ ଭାରତୀ ଏୟାରଟେଲର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ପାଖାପାଖୀ 30 ଲକ୍ଷ ବୃଦ୍ଧି ପାଇ 32 କୋଟିରେ ପହଞ୍ଚିଛି ।