ଓଡିଶା

odisha

By

Published : Jan 21, 2020, 6:37 PM IST

ETV Bharat / business

ଟେଲିକମ୍‌ କ୍ଷେତ୍ରର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା

ସଙ୍କଟଗ୍ରସ୍ତ ଟେଲିକମ ସେକ୍ଟର । ଜିଡିପିର ୬.୫ ପ୍ରତିଶତ ଅବଦାନ ରଖୁଥିବା ଏହି ପ୍ରମୁଖ ସେକ୍ଟର ଏବେ ବୁଡିବା ସ୍ଥିତିରେ । ଏଜିଆର ବକେୟା ପୈଠ ପାଇଁ ସେମାନଙ୍କୁ ଅଧିକ ଫଣ୍ଡର ଆବଶ୍ୟକ ରହିଛି ।

Telecom Crisis in india
ଟେଲିକମ୍‌ କ୍ଷେତ୍ରର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା

ହାଇଦ୍ରାବାଦ: ଅର୍ଥନୈତିକ ସଂସ୍କାର ପାଇଁ ବିଭିନ୍ନ ଦିଗରୁ ଏବେ ଚେଷ୍ଟା ଚାଲିଛି। ଏହି ସମୟରେ ଟେଲିକମ୍‌ କ୍ଷେତ୍ର ଭାରତୀୟ ଅର୍ଥନୀତିର ଏକ ମୂଳ ମେରୁଦଣ୍ଡ ଭାବେ ଦଣ୍ଡାୟମାନ। ଭାରତୀୟ ଜିଡିପିରେ ଏହି କ୍ଷେତ୍ରର ଅବଦାନ ୬.୫ ପ୍ରତିଶତ। ଯେତେବେଳେ ୫-ଜି ବିପ୍ଲବ ଆସିବ ସେତେବେଳେ ଏହି ଅବଦାନ ୮.୨ ପ୍ରତିଶତକୁ ଛୁଇଁବ ବୋଲି ଆଶା କରାଯାଉଛି। କିନ୍ତୁ ଗତ କିଛିଦିନ ତଳେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟ ଏହି ପ୍ରଗତି ପଥରେ ଅନ୍ତରାୟ ହେବ ବୋଲି ଆଶଙ୍କା ଜନ୍ମିଛି।


ଅକ୍ଟୋବର ୨୦୧୯ରେ ସୁପ୍ରିମ୍‌କୋର୍ଟ ଏକ ନିର୍ଦ୍ଦେଶନାମାରେ ଟେଲିକମ୍‌ କମ୍ପାନୀଙ୍କୁ ଲାଇସେନ୍ସ ଫି(ଏଜିଆର) ବାବଦରେ ୧.୪୭ କୋଟି ଟଙ୍କା ପୈଠ କରିବାକୁ କହିଛନ୍ତି। ଜାନୁୟାରୀ ୨୩ ସୁଦ୍ଧା ଏଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଟେଲିକମ୍ କମ୍ପାନୀଙ୍କୁ ସୁପ୍ରିମ୍‌କୋର୍ଟ କହିବା ସହ ଏ ସମ୍ବନ୍ଧରେ ପୁନଃ ଶୁଣାଣି ପାଇଁ ଆସୁଥିବା ଆବେଦନ ଗୁଡ଼ିକୁ କୋର୍ଟ ଖାରଜ କରିଛନ୍ତି। କୋର୍ଟଙ୍କ ଏହି ଅକ୍ଟୋବର ମାସର ନିର୍ଦ୍ଦେଶକୁ ପୁନଃବିଚାର କରିବା ଲାଗି ଟେଲିକମ୍‌ କମ୍ପାନୀମାନେ ଆବେଦନ କରିଥିଲେ। ଏଣୁ ଏହି କମ୍ପାନୀମାନେ ମିଳିତ ଭାବେ କୋର୍ଟଙ୍କ ପାଖରେ ଏକ କ୍ୟୁରେଟିଭ୍‌ ଆବେଦନ ଦାଖଲ କରିବାକୁ ଯାଉଥିବା ସୂଚନା ମିଳିଛି।


କମ୍ପାନୀଙ୍କ ଯୁକ୍ତି ହେଉଛି, ସେମାନେ ସରକାରଙ୍କୁ ଏବେ ପ୍ରାୟ ୨୯ରୁ ୩୨ ପ୍ରତିଶତ ଟିକସ ଦେଉଛନ୍ତି। ଏଣୁ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଖାରଜ କରାଯାଉ। ଜୁଲାଇ ୨୦୧୯ରେ କେନ୍ଦ୍ର ସରକାରଙ୍କ ଠାରେ ଦାଖଲ କରାଯାଇଥିବା ଏକ ରିପୋର୍ଟ ଅନୁସାରେ, ଏୟାର୍‌ଟେଲ୍‌ ସରକାରଙ୍କୁ ସର୍ବାଧିକ ୨୧,୬୮୨ କୋଟି ଟଙ୍କା ପ୍ରଦାନ କରିବାକୁ ଥିବା ବେଳେ ଭୋଡ଼ାଫୋନ୍‌କୁ ୧୯ହଜାର ୮୨୩ କୋଟି, ରିଲାଏନ୍ସ କମ୍ୟୁନିକେସନ୍ସକୁ ୧୬, ୪୫୬ କୋଟି, ଏମ୍‌ଟିଏନ୍‌ଏଲ୍‌ ୨୫୩୭ କୋଟି ଏବଂ ବିଏସ୍‌ଏନ୍‌ଏଲ୍‌କୁ ୨୦୯୮ କୋଟି ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି। ଏହା ଲାଇସେନ୍ସ ଫି’ ରୂପରେ ପଇଠ କରାଯିବାକୁ ନିର୍ଦ୍ଦେଶ ହୋଇଛି। ଏହି ଅପରେଟରମାନେ ସରକାରଙ୍କୁ ଆଡ୍‌ଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ ( ଏଜିଆର୍‌) ଦେବାକୁ ରାଜିଥିଲେ କିନ୍ତୁ ଯେତେବଳେ ସରକାର ତାହାକୁ ଲାଗୁ କଲେ ଏବେ ବିବାଦ ଉପୁଜିଛି।

ସେମାନଙ୍କ ମତରେ ଏହି ଦେୟ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ପ୍ରସ୍ତୁତ ହୋଇନାହିଁ। ଯେତେବଳେ ଟେଲିକମ୍‌ କ୍ଷେତ୍ର ଅନେକ ଆଶଙ୍କାରେ ଡୁବି ରହିଛି ସେତେବେଳେ ଏହି ପ୍ରକାର ଲାଇସେନ୍ସ ଫି’ କେବଳ ଆକାଶରୁ ତୋଳିଲା ଭଳି ହୋଇଛି ବୋଲି ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ସରକାର ଆର୍ଥିକ ସଂସ୍କାର ରକ୍ଷା କରିବାକୁ ଯାଇ ବେଲ୍‌ ଆଉଟ୍‌ ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ନିକଟରେ ସୁପ୍ରିମ୍‌କୋର୍ଟଙ୍କ ବିଚାର କହିଛି ଯେ, ଟେଲିକମ୍‌ କମ୍ପାନୀମାନେ ସେମାନଙ୍କ ପ୍ରକୃତ ଲାଭାଂଶକୁ ସରକାରଘଙ୍କୁ ପ୍ରଦାନ କରିଥିବା ରିପୋର୍ଟରେ ଲୁଚାଇଛନ୍ତି। ଏଭଳି ପରିସ୍ଥିତିକୁ ଅନୁଧ୍ୟାନ କରି ବିଶେଷଜ୍ଞମାନେ କହିଛନ୍ତି ଯେ, ଭୋଡ଼ାଫୋନ୍‌ ଏପରି ସ୍ଥିତିରେ ଏହାର ବ୍ୟବସାୟକୁ ବନ୍ଦ କରିବାକୁ ବାଧ୍ୟ ହୋଇପାରେ।

ABOUT THE AUTHOR

...view details