ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ଟେକ ମହିନ୍ଦ୍ରା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରେଜେନ ବାୟୋସାଇନ୍ସ (Reagene Biosciences)ଙ୍କ ସହ ମିଶି ଏକ ଔଷଧର ପେଟେଣ୍ଟ ପାଇଁ ଆବେଦନ କରିଛି । ଏହି ଔଷଧ କୋରୋନା ଜୀବାଣୁ ଦମନ କରିବାରେ ପ୍ରଭାବଶାଳୀ ହୋଇପାରେ । ଏ ନେଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଟେକ ମହିନ୍ଦ୍ରାର ଟେକନିକ ଇନୋଭେସନ ବିଭାଗର ଗ୍ଲୋବାଲ ପ୍ରମୁଖ ଏବଂ କମ୍ପାନୀର ମାର୍କର୍ସ ଲ୍ୟାବ ପଦକ୍ଷେପର ପ୍ରମୁଖ ନିଖିଲ ମାଲହୋତ୍ରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି ରେଜେନ ସହ ମିଶି ପେଣ୍ଟେଟ ହାସଲ କରିବା ପରେ ଆବେଦନର ପ୍ରସ୍ତୁତି ଚାଲିଛି । ସେ ଏହା ମଧ୍ୟ କହିଛନ୍ତି କି ଏହି ଔଷଧ ଉପରେ ଆହୁରୀ ପରୀକ୍ଷଣ ହେଉଛି ।