ଓଡିଶା

odisha

ETV Bharat / business

ପିଆଜ ପାଇଁ ନାହିଁ ପଦକ୍ଷେପ, ଖାଉଟି ଆଖିରେ ଲୁହ - ତୁର୍କୀରୁ ଆମଦାନୀ ହେବ ପିଆଜ

ବିଗତ 2 ମାସରେ ପିଆଜ ଦାମ ଏତେ ବଢିଗଲାଣି ଯେ, ବିଶ୍ବାସ କରିହେଉନି କି ଏଥିପାଇଁ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି କି ନାହିଁ? କ’ଣ ଉପାୟ ରହିଛି ବର୍ଦ୍ଧିତ ପିଆଜ ଦାମ ନିୟନ୍ତ୍ରଣ ଲାଗି?

Teary Onions
ପିଆଜ ପାଇଁ ନାହିଁ ପଦକ୍ଷେପ , ଖାଉଟି ଆଖିରେ ଲୁହ

By

Published : Dec 3, 2019, 5:53 PM IST

ହାଇଦ୍ରାବାଦ : ଅଣାୟତ ପରିସ୍ଥିତି । ପରିବା ବ୍ୟାଗରେ ଦେଖିବାକୁ ମିଳୁନି ପିଆଜ। କେବେ ପିଆଜ କାଟିରେ ଆଖିରେ ଲୁହ ଆସିଯାଉଥିଲା। ହେଲେ ଏବେ ପିଆଜ ଦାମ ଶୁଣିଲେ ଆଖି ନାଲି ପଡିଯାଉଛି । ଗ୍ରାହକ ଓ ବେପାରୀ, ଉଭୟଙ୍କ ନିଦ ହଜେଇ ଦେଲାଣି ପିଆଜ । 20ରୁ ଏବେ ଶତକ ଟପିଲାଣି ଏକ କିଲୋଗ୍ରାମ ପିଆଜର ଦାମ । ତାହା ବି ହୋଲସେଲ ବଜାରରେ ।


ମହାରାଷ୍ଟ୍ରର ସୋଲାପୁର ଓ ସାଙ୍ଗନେର ବଜାରରେ କିଲେ ପିଆଜ 110 ଟଙ୍କାରେ ବିକ୍ରି ହେଉଥିଲା ବେଳେ ଦକ୍ଷିଣ ଭାରତର କୋଏମ୍ବାଟୁର ଭଳି ସହରରେ ବଡ ପିଆଜ 100 ଟଙ୍କାରୁ କମରେ ମିଳୁନି । ଆଉ ଏସବୁ ଦେଖି ଖୁଚୁରା ବେପାରୀ 130 ଟଙ୍କା ହିସାବରେ ପିଆଜ ବିକ୍ରି କରୁଛନ୍ତି । ଏପରି କି ନ୍ୟାସନାଲ ହର୍ଟିକଲ୍ଚର ବୋର୍ଡ ପକ୍ଷରୁ ମଧ୍ୟ ଘୋଷଣା ହୋଇଛି ଯେ, ଦେଶର ପ୍ରମୁଖ ସହରରେ ପିଆଜ କିଲୋ 80 ଟଙ୍କା ଟପିଛି । ଯାହାକି ଆକାଶଛୁଆଁ । ପୂର୍ବରୁ ଏଭଳି ସ୍ଥିତି କେବେ ବି ଦେଖିବାକୁ ମିଳିନାହିଁ ।

ଅନ୍ୟପଟେ ହାଇଦ୍ରାବାଦ, ନାଗପୁର, ଭୋପାଳ ଆଦି ସହରରେ ପିଆଜ ଦାମ ଏଭଳି ଭାବେ ବଢୁଛି ଯେ ଗ୍ରାହକ ବି ନାକେଦମ । ଦାମ ବୃଦ୍ଧି ଯୋଗୁଁ ଖାଉଟିଙ୍କ ବଜେଟ ବିଗୁଡୁଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ତାନ, ୟୁପି ଓ ବିହାର ଭଳି ରାଜ୍ୟରେ ପ୍ରବଳ ବର୍ଷା ଓ ଆକସ୍ମିକ ପରିବର୍ତ୍ତନଶୀଳ ଜଳବାୟୁ ଯୋଗୁଁ ପିଆଜ ଫସଲ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି ।

ପିଆଜ ଉତ୍ପାଦନରେ ଚୀନ ପରେ ଭାରତ ଦ୍ବିତୀୟ ରାଷ୍ଟ୍ର । ହେଲେ ଦେଶରେ ପିଆଜର ଏଭଳି ନିଅଣ୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । କେନ୍ଦ୍ର ଖାଉଟି ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି ଯେ, 3 ସପ୍ତାହରେ କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନୀ ପାଇଁ ଅର୍ଡର ଦେଇଛନ୍ତି । ଦେଶରେ ପିଆଜ ମୁଲ୍ୟ ବୃଦ୍ଧି ରୋକିବା ଉଦ୍ଦେଶ୍ୟରେ ରାଷ୍ଟ୍ରାୟତ ଟ୍ରେଡିଂ ସଂସ୍ଥା ଏମଏମଟିସି ଜରିଆରେ ତୁର୍କୀରୁ ଏହି ପିଆଜ ଆସିବ । ଡିସେମ୍ବର 15ରେ ଏହାର ବିତରଣ ପ୍ରଥମେ NAFED(ନ୍ୟାସନାଲ ଫେଡରେଶନ ଅଫ ଏଗ୍ରିକଲ୍ଚର କୋଅପରେଟିଭ ମାର୍କେଟିଙ୍ଗ ଫେଡରେସନ ଅଫ ଇଣ୍ଡିଆ) ଦ୍ବାରା କରାଯିବ । ତେବେ ଏହି ପିଆଜ 2020 ଜାନୁଆରୀ ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଆଶା କରାଯାଇଛି । ଏହା ପୂର୍ବରୁ ଇଜିପ୍ଟରୁ ଅର୍ଡର ଦିଆଯାଇଥିବା ପିଆଜ ଡିସେମ୍ବର ଦ୍ବିତୀୟ ସପ୍ତାହରେ ମୁମ୍ବାଇରେ ପହଞ୍ଚିବ । ଏହା ପରେ ସବୁ ପିଆଜକୁ ସବସିଡ ସହ ବିଭିନ୍ନ ରାଜ୍ୟକୁ ପଠାଯିବ।

ଆକାଶଛୁଆଁ ପିଆଜ ଦର କେବଳ ଏ ବର୍ଷ ନୁହେଁ ଏଭଳି ଭାବେ ପ୍ରତି ବର୍ଷ ଅଚାନକ ଦର ବଢୁଛି । 2 ବର୍ଷ ପୂର୍ବରୁ କେନ୍ଦ୍ର ସରକାର ସାର୍ବଜନୀନ ଭାବେ ସ୍ବୀକାର କରିଥିଲେ ଯେ, ପିଆଜ ଯେବେ 60 ପାର କରେ ସେତେବଲେ ଏହା ତ୍ବରାନ୍ବିତ କରିବା କଷ୍ଟକର ହୋଇପଡେ। ଏଣୁ ଏ ବର୍ଷ ଆରମ୍ଭରୁ କେନ୍ଦ୍ର ସରକାର ଆଶ୍ବସନା ଦେଇଥିଲେ ଯେ, ପ୍ରତି ରାଜ୍ୟକୁ ସେପ୍ଟେମ୍ବର ଶେଷ ସୁଦ୍ଧା ପିଆଜର ଯୋଗାଣ ଅନୁଯାୟୀ ଆବଶ୍ୟକ ରାଶି ପ୍ରଦାନ କରାଯିବ । ହେଲେ ପ୍ରତିଶ୍ରୁତି ଅନୁଯାୟୀ ଅଧିକାଂଶ ଚାହିଦା, ଯୋଗାଣ ତୁଳନାରେ ଯଥେଷ୍ଟ ନାହିଁ ।

ଗତ 2 ମାସ ଭିତରେ ପିଆଜ ଦାମ ଏତେ ବଢିଗଲାଣି ଯେ, ବିଶ୍ବାସ କରିହେଉନି କି ଏଥିପାଇଁ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି କି ନାହିଁ? ବର୍ଦ୍ଧିତ ପିଆଜ ଦାମ ନିୟନ୍ତ୍ରଣ ପାଇଁ ସରକାରଙ୍କ ପାଖରେ କଣ ଉପାୟ ରହିଛି? ସେ ନେଇ କୌଣସି ରଣନୀତି ନାହିଁ । କାରଣ ଏପଟେ ସରକାର ରପ୍ତାନୀ ସବସିଡକୁ ଫେରସ୍ତ ନେଇଗଲେଣି । ଏପରି ସମୟରେ ମୁଦ୍ରାସ୍ପୀତି ନେଇ ଆଗରୁ ବିପଦ ଘନେଇଲାଣି । ସେପଟେ ଖୁଚୁରା ବିକ୍ରେତାଙ୍କୁ କେବଳ 100 ଓ ହୋଲସେଲ ବ୍ୟବସାୟୀଙ୍କୁ 500 କ୍ବିଣ୍ଟାଲ ମହଜୁଦ ପାଇଁ ଅନୁମତି ମିଳିଛି ।

ବିଭିନ୍ନ ରାଜ୍ୟ ସରକାର ବଜାରରେ ନିୟନ୍ତ୍ରଣ ପାଇଁ ନିଜ ସବସିଡ ଦର ଅନୁଯାୟୀ ପିଆଜ ବିକ୍ରି କରିବା ଆରମ୍ଭ କରିଛନ୍ତି । ଯଦିଓ ଏହା ଏତେଟା ଲାଭପ୍ରଦ ହେଉନାହିଁ । ଏ ନେଇ ଉପଭୋକ୍ତା ଚିନ୍ତାରେ ପଡିଗଲାଣି । ଏପଟେ ଗୁଜୁରାଟ, ହରିଆନା ଓ ପଞ୍ଜାବରେ ବାଦାମ, ଟମାଟ ଓ ଆଳୁ ଦାମ ଆକାଶଛୁଆଁ । ଏଥିପାଇଁ ଚାହିଦା ମଧ୍ୟ କମୁଛି। ଫଳରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମଧ୍ୟ ମିଳି ପାରୁନାହିଁ ।

ବିଦେଶକୁ ବିଭିନ୍ନ ଫସଲ ରପ୍ତାନୀ ସମ୍ଭାବନା ନେଇ ବିଭିନ୍ନ ଦିଗକୁ ମୁଲ୍ୟାଙ୍କନ କରିବା ଆବଶ୍ୟକ। ବାସ୍ତବରେ ଦୀର୍ଘକାଳୀନ ଯୋଜନା ଓ ପ୍ରଭାରୀ କାର୍ଯ୍ୟନୁଷ୍ଠାନ କେନ୍ଦ୍ର ଓ ରାଜ୍ୟ କୃଷି ମନ୍ତ୍ରଣାଳୟର ଜନାଦେଶର କାଯ୍ୟାନ୍ବିତରେ ମୁଲ୍ୟବାନ ତତ୍ତ୍ବ।

ABOUT THE AUTHOR

...view details