ନୂଆଦିଲ୍ଲୀ: କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ(ଏମଏସଏମଇ)ର ବିକ୍ରି କାରବାର, ମୁଲ୍ୟ ହ୍ରାସ ସମ୍ପର୍କରେ ବିଭାଗୀୟ ବିଭାଗକୁ ସମସ୍ତ ସୂଚନା ଦେବ ଆୟକର ବିଭାଗ । ଏ ନେଇ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏ ନେଇ ଆୟକର ପ୍ରମୁଖ(principal) ମହାନିର୍ଦ୍ଦେଶକ (ସିଷ୍ଟମ)କୁ ନିର୍ଦ୍ଦେଶ ଦେଇଛି ।
କ୍ଷୁଦ୍ର ଉଦ୍ୟୋଗ ତଥ୍ୟକୁ MSME ମନ୍ତ୍ରାଳୟକୁ ଜଣାଇବ ଆୟକର ବିଭାଗ - ଏମଏସଏମଇ ମନ୍ତ୍ରାଳୟ
ଆଇନ ଧାରା 138 ଅନୁସାରେ ଆୟକର ବିଭାଗ କ୍ଷୁଦ୍ର ଉଦ୍ୟୋଗରର ବିକ୍ରି ତଥ୍ୟ ଓ କ୍ଷତି ସମ୍ବନ୍ଧୀୟ ସୂଚନା MSME ମନ୍ତ୍ରାଳୟ ସହ ସେୟାର କରିବ । ଅଧିକ ପଢନ୍ତୁ..
ଆୟକର ବିଭାଗ କରଦାତାଙ୍କ ବିଷୟରେ କୌଣସି ମଧ୍ୟ ସୂଚନା ଅଥବା ତଥ୍ୟ ଅନ୍ୟ ସରକାର ଏଜେନ୍ସି ସହ ବାଣ୍ଟିପାରିବ ବୋଲି ଆଇନ ଧାରା 138 ଅଧିକାର ଦେଇଥାଏ । ଆୟକର ବିଭାଗ ଆଇନର ଏହି ଧାରା ଅଧିନରେ କ୍ଷୁଦ୍ର ଉଦ୍ୟୋଗର ଆୟକର ରିଟର୍ଣ୍ଣ(ଆଇଟିଆର) 3,5,6ରେ ଦିଆଯାଇଥିବା ପ୍ଲାଣ୍ଟ ଓ ମେସିନର ମୁଲ୍ୟ ହ୍ରାସ , ଟନଓଭର, ଆଇଟିଆର-4ରେ ମୋଟ କାରବାର , ମୋଟ ଲାଭ ସମ୍ପର୍କରେ ଏମଏସଏମଇ ମନ୍ତ୍ରାଳୟକୁ ସୂଚନା ଦେଇପାରିବ ।
ସିବିଡିଟି ଏ ବାବଦରେ ଜାରି କରିଥିବା ଆଦେଶରେ କହିଛି କି, ସୂଚନା ପଠାଇବା ପ୍ରକ୍ରିୟା ଓ ତାର ମୋଡାଲିଟି ସମ୍ବନ୍ଧରେ ଆୟକର ପ୍ରମୁଖ ମହାନିର୍ଦ୍ଦେଶକ, ଏମଏସଏମଇ ମନ୍ତ୍ରଣାଳୟର କର୍ତ୍ତୃପକ୍ଷଙ୍କ ସହ ପାରସ୍ପରିକ ଚୁକ୍ତିନାମା ସ୍ୱାକ୍ଷର କରିବ। ସୂଚନା ପଠାଇବା ପାଇଁ ସମୟ ସୀମା ସ୍ଥିର କରିବା ପାଇଁ ବିଭାଗୀୟ ମନ୍ତ୍ରଣାଳୟ ସହିତ ଆଲୋଚନା ଅନୁଷ୍ଠିତ ହେବ ଏବଂ ଏହାକୁ ସ୍ମାରକପତ୍ରରେ ଅନ୍ତର୍ଭୁକ୍ତ କରାଯିବ ।