ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି । ଆଶା କରାଯାଉଥିଲା ଟିକସ ସ୍ଲାବରେ ଏଥର କିଛିଟା ପରିବର୍ତ୍ତନ ହେବ । ହେଲେ ସେପରି କିଛି ଆଖି ଦୃଷ୍ଟିଆ ଘୋଷଣା ହେଲାନି । କ୍ଷୁଦ୍ର ଓ ମଧ୍ୟମ ବର୍ଗ ଟିକସଦାତାଙ୍କୁ ଆଶ୍ବସ୍ତି ମିଳିଥିବାବେଳେ ଉଚ୍ଚଆୟକାରୀଙ୍କୁ ଉପରେ ପଡିଛି ଅତିରିକ୍ତ ଶୁଳ୍କ ପ୍ରହାର ।
ଅନ୍ତରୀଣ ବଜେଟ ଅନୁଯାୟୀ 5 ଲକ୍ଷ ଆୟ ଟିକସ ଫ୍ରି ରହିଛି । ଏପଟେ ନିର୍ମଳାଙ୍କ ବଜେଟରେ 2ରୁ 5 କୋଟି ଆୟ ଉପରେ 3 ପ୍ରତିଶତ ଓ 5 କୋଟିରୁ ଊର୍ଦ୍ଧ୍ବ ଆୟ ଉପରେ 7 ପ୍ରତିଶତ ସରଚାର୍ଜ ଲାଗିବ । କିନ୍ତୁ ଯଦି ଆପଣଙ୍କର ବାର୍ଷିକ ଆୟ 14 ଲକ୍ଷ, ତେବେ ବି ଆପଣ ଟେନସନ ନିଅନ୍ତୁ ନାହିଁ । ଏପରି ଭାବେ ଖର୍ଚ୍ଚ କରିବେ ତାହା ହେଲେ ବଞ୍ଚିବ ଆପଣଙ୍କ ଟିକସ ଟଙ୍କା ।
ଭେଇକଲ ଲୋନ ଉପରେ ସୁଧ | 1.5 ଲକ୍ଷ |
ସେକ୍ସନ ୮୦ 'ସି' ନିବେଶ | 1.5 ଲକ୍ଷ |
ସ୍ବାସ୍ଥ୍ୟ ବୀମା | 55000 |
ଏନପିଏଏସରେ ନିବେଶ | 50000 |
ଷ୍ଟାଣ୍ଡର୍ଡ ଡିଡକ୍ସନ | 50000 |
ଶିକ୍ଷା ଋଣ | 1 ଲକ୍ଷ |