ଓଡିଶା

odisha

ETV Bharat / business

ଆଉ ୫ ବର୍ଷ ବଢିଲା ଟାଟା ସନ୍ସ ଚେୟରମ୍ୟାନଙ୍କ କାର୍ଯ୍ୟକାଳ - ଟାଟା ସନ୍ସ ଚେୟରମ୍ୟାନଙ୍କ କାର୍ଯ୍ୟକାଳ ବୃଦ୍ଧି

ଟାଟା ସନ୍ସ ଚେୟରମ୍ୟାନ ନଟରାଜ ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳ ବୃଦ୍ଧି । ଆଉ ୫ ବର୍ଷ ତାଙ୍କ କାର୍ଯ୍ୟାଳୟ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

ଟାଟା ସନ୍ସ ଚେୟରମ୍ୟାନଙ୍କ କାର୍ଯ୍ୟକାଳ ବୃଦ୍ଧି
ଟାଟା ସନ୍ସ ଚେୟରମ୍ୟାନଙ୍କ କାର୍ଯ୍ୟକାଳ ବୃଦ୍ଧି

By

Published : Feb 12, 2022, 7:55 PM IST

ନୂଆଦିଲ୍ଲୀ: ବଢିଲା ଟାଟା ସନ୍ସ ଚେୟରମ୍ୟାନଙ୍କ କାର୍ଯ୍ୟକାଳ । ଏ ନେଇ ଗତକାଲି(ଶୁକ୍ରବାର) ବୋର୍ଡ ଅଫ୍ ଟାଟା ସନ୍ସ ଲିମିଟେଡ୍ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଗତ ଫେବୃଆରୀ ୧୧, ୨୦୨୨ରେ ଅନୁଷ୍ଠିତ ହୋଇଥିବା ବୈଠକରେ ଟାଟା ସନ୍ସ ବୋର୍ଡ ଗତ ପାଞ୍ଚ ବର୍ଷର ସମୀକ୍ଷା କରିଥିଲା ।

ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତିକୁ ବିଚାର କରିଥିଲା । ବୋର୍ଡର ସଦସ୍ୟମାନେ କାର୍ଯ୍ୟରତ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ଆଗାମୀ ୫ବର୍ଷ ପାଇଁ କାର୍ଯ୍ୟରତ ଅଧ୍ୟକ୍ଷ ଭାବେ ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତି ବିଚାର କରାଯିବା ପରେ ସର୍ବସମ୍ମତି କ୍ରମେ ଅନୁମୋଦନ ଦିଆଯାଇଛି ।

ଚନ୍ଦ୍ରଶେଖରନ ନିଜ ବିବୃତ୍ତିରେ କହିଛନ୍ତି ଯେ, ‘ଗତ ପାଞ୍ଚ ବର୍ଷ ମଧ୍ୟରେ ଟାଟା ଗ୍ରୁପର ନେତୃତ୍ୱ ନେବା ମୋର ସୌଭାଗ୍ୟ ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ଟାଟା ଗ୍ରୁପ୍‌ର ନେତୃତ୍ୱ ନେବାର ସୁଯୋଗ ପାଇ ମୁଁ ଆନନ୍ଦିତ ’। ୨୦୧୭ରେ ପ୍ରଥମ ଥର ପାଇଁ ଏନ ଚନ୍ଦ୍ରଶେଖରନ ଟାଟା ସନ୍ସର ଚେୟାରମ୍ୟାନ୍ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦ ଫେବୃଆରୀ ୨୦୨୨ ରେ ଶେଷ ହେବାକୁ ଥିବାବେଳେ ଚନ୍ଦ୍ରଶେଖରନଙ୍କୁ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଭାବରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି ।

ABOUT THE AUTHOR

...view details