ନୂଆଦିଲ୍ଲୀ: ଏୟାରଇଣ୍ଡିଆ କିଣିବା ପାଇଁ ଏକମାତ୍ର ବିଡର ଟାଟା ଗ୍ରୁପ୍ ରହିଛି । ଏପଟେ ବିଡ ତାରିଖ ଦାଖଲ ସମୟସୀମା ଆଉ ମାତ୍ର 1 ମାସ ରହିଛି । ଏୟାରଲାଇନ ବ୍ୟବସାୟରେ ପୂର୍ବରୁ ହିଁ ଉପସ୍ଥିତ ଥିବା ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ କିଣିବାକୁ ଆଗ୍ରହ ଦେଖାଇଛି । ଯାହା ଏକଦା ଟାଟା ପାଖରେ ଥିଲା।
ଅନ୍ୟ ବିଡରମାନଙ୍କର ବିଷୟରେ ଅଧିକ ବିବରଣୀ ଧାର୍ଯ୍ୟ ପ୍ରକ୍ରିୟା ମାଧ୍ୟମରେ ଜଣା ପଡିବ । ତେବେ କୋଭିଡ -19 ମହାମାରୀ ଏବଂ ଲକଡାଉନ ମଧ୍ୟରେ ବିମାନ ଯାତ୍ରା ଠପ ଓ ପର୍ଯ୍ୟଟନରେ ବ୍ୟାଘାତ ହେତୁ ବିଶ୍ୱବ୍ୟାପୀ ବିମାନ କମ୍ପାନୀମାନେ ଗୁରୁତର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଏୟାର ଇଣ୍ଡିଆ ବିଡରେ ଯୋଗଦେବାକୁ ବିଡର ମନା କରିଦେଇଛନ୍ତି।