ନୂଆଦିଲ୍ଲୀ: ଆଶ୍ବସ୍ତିକର ଖବର ! ଆଉ ଏକ ରାଜ୍ୟ ଲାଗୁ କଲା ‘ ୱାନ ନେସନ ୱାନ ରାସନ କାର୍ଡ ’ ବା ଏକ ଦେଶ ଏକ ରାସନ କାର୍ଡ ସୁଧାରକୁ । ଏଭଳି ସଂସ୍କାରକୁ ଆପଣାଇଛି ତାମିଲନାଡୁ । ଏହାକୁ ମିଶାଇ 11 ଟି ରାଜ୍ୟ ୱାନ ନେସନ ୱାନ ରାସନ କାର୍ଡ ସଂସ୍କାରକୁ ଗ୍ରହଣ କଲେଣି ।
ତେବେ କେନ୍ଦ୍ର ସରକାର ଏହି ସଂସ୍କାରକୁ ପୂରା କରୁଥିବା ରାଜ୍ୟକୁ 30,709 କୋଟି ଟଙ୍କା ଋଣ ଅତିରିକ୍ତ ଏକତ୍ର ପାଇଁ ଅନୁମତି ଦେଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଏ ନେଇ ସୂଚନା ଦେଇଛି ।
ଅର୍ଥମନ୍ତ୍ରାଳୟ କହିଛି ଯେ, ତାମିଲନାଡୁ ବ୍ୟୟ ବିଭାଗ ଦ୍ବାରା ନିର୍ଦ୍ଧାରିତ ସାର୍ବଜନୀକ ବିତରଣ ପ୍ରଣାଳୀ (ପିଡିଏସ) ସୁଧାରକୁ ସଫଳତାପୂର୍ବକ ପୂରା କରିଥିବା ଦେଶର 11 ତମ ରାଜ୍ୟ ହୋଇଛି । ଏହା ପରେ ରାଜ୍ୟ ଖୋଲା ବଜାରରୁ 4,813 କୋଟି ଟଙ୍କା ଅତିରିକ୍ତ ଆର୍ଥିକ ସମ୍ପଦ ଏକତ୍ର ପାଇଁ ଯୋଗ୍ୟ ହୋଇଛି । ବ୍ୟୟ ବିଭାଗ ରାଜ୍ୟକୁ ଏହାର ଅନୁମତି ଦେଇଦେଇଛି ।