ଓଡିଶା

odisha

ETV Bharat / business

ମ୍ୟୁକୋରମାଇକୋସିସ୍ ଔଷଧ ଦାମ ଓ ଯୋଗାଣ ନିୟନ୍ତ୍ରଣ ହେଉ, ଅନୁରୋଧ କଲେ ପ୍ରଭୁ - ସରକାରଙ୍କୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଙ୍କ ଅନୁରୋଧ

ସରକାରଙ୍କୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଅନୁରୋଧ । ବର୍ତ୍ତମାନ କାୟା ମେଲାଉଥିବା ମ୍ୟୁକୋରମାଇକୋସିସ୍‌'(ବ୍ଲାକ୍‌ ଫଙ୍ଗସ୍‌) ଔଷଧ ଦାମ ନିୟନ୍ତ୍ରଣ କରାଯାଉ । ଅଧିକ ପଢନ୍ତୁ..

ମ୍ୟୁକୋରମାଇକୋସିସ୍ ଔଷଧ ଦାମ ଓ ଯୋଗାଣ ନିୟନ୍ତ୍ରଣ ହେଉ
ମ୍ୟୁକୋରମାଇକୋସିସ୍ ଔଷଧ ଦାମ ଓ ଯୋଗାଣ ନିୟନ୍ତ୍ରଣ ହେଉ

By

Published : May 11, 2021, 10:34 PM IST

ନୂଆଦିଲ୍ଲୀ: କୋଭିଡ ସଙ୍କଟ ଭିତରେ ଡରାଇଲାଣି 'ମ୍ୟୁକୋରମାଇକୋସିସ୍‌'(ବ୍ଲାକ୍‌ ଫଙ୍ଗସ୍‌) । ଏଣୁ ମ୍ୟୁକୋରମାଇକୋସିସ୍ ଚିକିତ୍ସାରେ ବ୍ୟବହୃତ ଔଷଧର ମୂଲ୍ୟ ତଥା ଯୋଗାଣ ନିୟନ୍ତ୍ରଣ କରିବାକୁ ରାସାୟନିକ ଏବଂ ସାର ମନ୍ତ୍ରୀ ସଦାନନ୍ଦ ଗୌଡାଙ୍କୁ ଅନୁରୋଧ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ।

ଏହି ଔଷଧକୁ ଫଙ୍ଗଲ ସଂକ୍ରମଣରେ ବ୍ୟବହୃତ କରାଯାଇପାରିବ । ଏଣୁ ଏହାକୁ ସଠିକ ଭାବେ ରେଗୁଲେଟ କରିବା ଆବଶ୍ୟକତା ରହିଛି । ମଙ୍ଗଳବାର ଗୌଡାଙ୍କୁ ଲେଖିଥିବା ଚିଠିରେ ପ୍ରଭୁ କହିଛନ୍ତି କି, ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଏହି ସଂକ୍ରମଣର ଚିକିତ୍ସାରେ ବ୍ୟବହୃତ ଔଷଧ ଆମ୍ଫୋଟେରିସିନ୍ ମୂଲ୍ୟ ବୃଦ୍ଧି କରିଛନ୍ତି । ଏଥିସହ ଏହି ଔଷଧର ଅଭାବ ମଧ୍ୟ ଦେଖାଯାଇଛି ।

ପ୍ରଭୁ କହିଛନ୍ତି, ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଭୟଙ୍କର ସଂକ୍ରମଣ ମ୍ୟୁକୋରମାଇକୋସିସ୍ ଚିକିତ୍ସାରେ ବ୍ୟବହୃତ ଔଷଧର ମୂଲ୍ୟ ଏବଂ ଯୋଗାଣକୁ ନିୟନ୍ତ୍ରଣ କରନ୍ତୁ। ’ ନିକଟରେ ଏହି ସଂକ୍ରମଣ ମାମଲା ବଢିଚାଲିଛି ।

ଦେଶର ବିଭିନ୍ନ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ମ୍ୟୁକୋରମାଇକୋସିସ୍‌ ବ୍ଲାକ୍‌ ଫଙ୍ଗସ୍‌ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖାଯାଉଛି ।

ABOUT THE AUTHOR

...view details