ନୂଆଦିଲ୍ଲୀ: ଜେଟ ଏୟାରୱଜ ଉପରେ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ କଡା ନଜର । ଜେଟ ସହ ଜଡିତ ପ୍ରସଙ୍ଗରେ ବିଚାର କରିବାକୁ ବିମାନ ସଚିବ ପ୍ରଦୀପ ସିଂହ ଖରୋଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭୁ । ଯାତ୍ରୀଙ୍କ ଅଧିକାର ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
ସୁରେଶ ପ୍ରଭୁ ଟ୍ବିଟ କରି କହିଛନ୍ତି ଯେ, ‘ ଟିକେଟ ଦାମ ନିୟନ୍ତ୍ରଣ, ଉଡାଣ ରଦ୍ଦ ଓ ଏୟାରୱେଜ ସମସ୍ୟା ସମୀକ୍ଷା କରିବାକୁ ବିମାନ ପରିଚାଳନା ମନ୍ତ୍ରାଳୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’ ଏଥିସହ ସମସ୍ତ ହିତାଧିକାରୀଙ୍କୁ ଯାତ୍ରୀଙ୍କ ହିତରେ କାମ କରିବାକୁ ଆହ୍ୱାନ ଦିଆଯାଇଥିବା ନେଇ ସେ କହିଛନ୍ତି ।