ଓଡିଶା

odisha

ETV Bharat / business

ସୁପ୍ରିମକୋର୍ଟରେ ମାଲ୍ୟା ଯାଚିକା, ଅଗଷ୍ଟ 2କୁ ଘୁଞ୍ଚୁଲା ଶୁଣାଣି - ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ଯାଚିକା ଦାୟର

ଆସନ୍ତା ଅଗଷ୍ଟ 2ରେ ସୁପ୍ରିମକୋର୍ଟ ହେବ ପଳାତକ ବିଜୟ ମାଲ୍ୟା ଯାଚିକାର ଶୁଣାଣି । କିଙ୍ଗଫିସର ବ୍ୟତୀତ ନିଜ ପରିଜନ ତଥା ସେମାନଙ୍କ ମାଲିକାନାରେ ଥିବା ସମ୍ପତ୍ତି ଜବତ ନ କରିବା ପାଇଁ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ ।

ଫାଇଲ ଫଟୋ

By

Published : Jul 29, 2019, 3:49 PM IST

ନୂଆଦିଲ୍ଲୀ: ଅଗଷ୍ଟ 2କୁ ଘୁଞ୍ଚିଲା ପଳାତକ ବିଜୟ ମାଲ୍ୟା ଯାଚିକାର ଶୁଣାଣି । ନିଜ ପରିଜନ ତଥା ସେମାନଙ୍କ ମାଲିକାନାରେ ଥିବା ସମ୍ପତ୍ତି ଜବତ ନ କରିବା ପାଇଁ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ । ଏହାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ଏହାକୁ ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ପ୍ରକାଶ ଥାଉ ଯେ, ମାଲ୍ୟାଙ୍କ ସମ୍ପତ୍ତି ଜବତ ନେଇ ବିଶେଷ ଅଦାଲତରେ ଦୀର୍ଘସମୟ ଧରି ଶୁଣାଣି ହୋଇଆସୁଛି । ତେବେ ଏହା ଉପରେ ରୋକ ଲଗାଇବାକୁ ମାଲ୍ୟା ଅପିଲ କରିଥିଲେ । ହେଲେ ଏହାକୁ ନାମଞ୍ଜୁର କରି ଗତ 11 ତାରିଖରେ ବମ୍ବେ ହାଇକୋର୍ଟ ମାଲ୍ୟାଙ୍କ ଅପିଲ ଖାରଜ କରିଦେଇଥିଲେ ।

ଚଳିତ ବର୍ଷ ଜାନୁଆରୀ 5ରେ ବିଶେଷ ଅଦାଲତ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଥିଲେ । ଏହା ପରେ ଅଦାଲତ ତାଙ୍କ ସମ୍ପତ୍ତି ଜବତ କାର୍ଯ୍ୟପ୍ରଣାଳୀ ଆରମ୍ଭ କରିସାରିଛି । ଭାରତୀୟ ବ୍ୟାଙ୍କରୁ ପ୍ରାୟ 9 ହଜାର କୋଟି ଟଙ୍କା ଠକିଥିବା ମାମାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶ ବିଦେଶରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି । ତେବେ ଏହା ଉପରେ ରୋକ ଲଗାଇବାକୁ ମାଲ୍ୟା ଏକ ଯାଚିକା କରି ଅନୁରୋଧ କରିଛନ୍ତି ଯେ, କିଙ୍ଗଫିସର ଏୟାରଲାଇନ୍ସ ବ୍ୟତୀତ ଅନ୍ୟ ପରିଜନ ଓ ସେମାନଙ୍କ ସମ୍ପତ୍ତି ଜବତ କରାନଯାଉ ।

ABOUT THE AUTHOR

...view details