ଓଡିଶା

odisha

ETV Bharat / business

ଲକଡାଉନ ମାଡରେ ଚିନି ରପ୍ତାନୀ ହ୍ରାସ

ଜାନୁଆରୀରୁ ଜୁନ ମଧ୍ୟରେ ଲକ୍ଷ୍ୟ ଥିଲା 60 ଲକ୍ଷ ଟନ ଚିନି ରପ୍ତାନୀ କରାଯିବ । ହେଲେ ଲକଡାଉନ ପ୍ରଭାବରେ ମାତ୍ର 36 ଲକ୍ଷ ଟନ ଚିନି ରପ୍ତାନୀ ହୋଇଛି । ଅଧିକ ପଢନ୍ତୁ..

ଲକଡାଉନ ମାଡରେ ଚିନି ରପ୍ତାନୀ ହ୍ରାସ
ଲକଡାଉନ ମାଡରେ ଚିନି ରପ୍ତାନୀ ହ୍ରାସ

By

Published : Jun 29, 2020, 3:41 PM IST

ମୁମ୍ବାଇ: କୋରୋନା ପ୍ରଭାବରେ ରପ୍ତାନୀ ସେକ୍ଟର ଗଭୀର ଗୁରୁତର । ଏଥିମଧ୍ୟରେ ମହାରାଷ୍ଟ୍ରରୁ ଚିନି ରପ୍ତାନୀ ହ୍ରାସ ପାଇଛି । ସୋମବାର ସରକାରୀ ସ୍ତରରେ ଏ ନେଇ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ରାଜ୍ୟରୁ 60 ଲକ୍ଷ ଟନ ଚିନି ରପ୍ତାନୀ ନେଇ ଲକ୍ଷ୍ୟ ରହିଥିଲା । ହେଲେ ମାତ୍ର 36 ଲକ୍ଷ ଚିନି ରପ୍ତାନୀ ହୋଇଥିଲା । ମହାରାଷ୍ଟ୍ର ରାଜ୍ୟ ସମବାୟ ଚିନି କାରଖାନା ଫେଡେରେସନର ଅଧ୍ୟକ୍ଷ ଜୟପ୍ରକାଶ ଦାଣ୍ଡେଗାଓକାର କହିଛନ୍ତି କି, କୋଭିଡ-19 ମହାମାରୀ ଏବଂ ପରେ ଲକଡାଉନ ଯୋଗୁଁ ରପ୍ତାନୀ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ।

ସେ କହିଛନ୍ତି ଯେ 2019 ନଭେମ୍ବର ରୁ 2020 ଜୁନ୍ ପର୍ଯ୍ୟନ୍ତ ରାଜ୍ୟରେ 570 ଲକ୍ଷ ଟନ ଆଖୁ ପେଶାଯାଇଛି। ଏଥିରୁ ଏପର୍ଯ୍ୟନ୍ତ 63 ଲକ୍ଷ ଟନ ଚିନି ଉତ୍ପାଦିତ ହୋଇଛି । ସେଥିମଧ୍ୟରୁ 36 ଲକ୍ଷ ଟନ୍ ଚିନି ରପ୍ତାନି ହୋଇଛି। ଆଉ 6 ଲକ୍ଷ ଟନ ରପ୍ତାନୀ ପାଇଁ ଚୁକ୍ତି ହୋଇଛି , ଏଥିପାଇଁ ଚିନି ଗୋଦାମରୁ ଜାରି କରାଯାଉଛି ।

ଏବେ ସୁଦ୍ଧା ଅଧିକାଂଶ ଚିନି ଇଣ୍ଡୋନେସିଆ ଏବଂ ଇରାନକୁ ରପ୍ତାନୀ କରାଯାଇଛି ।

ପିଟିଆଇ

ABOUT THE AUTHOR

...view details