ଓଡିଶା

odisha

ETV Bharat / business

ପେଟ୍ରୋଲିମ୍‌ ଉତ୍ପାଦ ଜିଏସଟି ଅଧିନରେ ଆସିବ କି ନାହିଁ? ସ୍ଥିର କରିବ ରାଜ୍ୟ - ଜିଏସଟି ଅଧିନରେ ପେଟ୍ରୋଲିମ ଉତ୍ପାଦ

ପେଟ୍ରୋଲିୟମ୍‌ ଉତ୍ପାଦ ଦ୍ରବ୍ୟ ଓ ସେବା କର(ଜିଏସଟି) ଅଧିନରେ ଆସିବ କି ନାହିଁ? ତାହା ଜିଏସଟି ପରିଷଦ କିମ୍ବା ରାଜ୍ୟ ସ୍ଥିର କରିବ । ଇଟିଭି ଭାରତ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

States to decide when petroleum products to be taxed under GST: Sitharaman
ପେଟ୍ରୋଲିମ ଉତ୍ପାଦ ଜିଏସଟି ଅଧିନରେ ଆସିବ କି, ନା ? ସ୍ଥିର କରିବ ରାଜ୍ୟ

By

Published : Feb 10, 2020, 4:42 PM IST


କୋଲକାତା: ପେଟ୍ରୋଲିୟମ୍‌ ଉତ୍ପାଦ ଦ୍ରବ୍ୟ ଓ ସେବା କର(ଜିଏସଟି) ଅଧିନରେ ଆସିବ କି ନାହିଁ? ତାହା ଜିଏସଟି ପରିଷଦ କିମ୍ବା ରାଜ୍ୟ ସ୍ଥିର କରିବ । ଇଟିଭି ଭାରତ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏନେଇ ଅର୍ଥମନ୍ତ୍ରୀ କହିଛନ୍ତି, ‘‘ଯେବେ ପେଟ୍ରୋଲିୟମ୍‌ ପଦାର୍ଥକୁ ଜିଏସଟି ଅଧିନରେ ଆଣିବାକୁ ରାଜ୍ୟ ପ୍ରସ୍ତୁତି ହେଉଛି, ସେତେବେଳେ ସଂଶୋଧନର ଆବଶ୍ୟତା ହେବ ନାହିଁ । କାରଣ ରାଜ୍ୟ ଓ ଜିଏସଟି ପରିଷଦ ଉପରେ ନିର୍ଭର କରିଥାଏ କି ସେମାନେ କେବେ ଏହାକୁ ଲାଗୁ କରିବାକୁ ଚାହାଁନ୍ତି। ’’

ଜିଏସଟି ଅଧିନକୁ ପେଟ୍ରୋଲିୟମ୍‌ ଉତ୍ପାଦ ଆସିବା ଫଳରେ ଏହା ଉପରେ ଲାଗୁ ହେଉଥିବା ଏକାଧିକ ଟିକସ ଆଉ ରହିବ ନାହିଁ । ଯାହା ଦ୍ବାରା ଟିକସ ପରିମାଣ କମିବ । ଏଥିସହ ବ୍ୟବସାୟିକ ବାତାବରଣରେ ମଧ୍ୟ ସୁଧାର ଆସିବ । ଏଥିପାଇଁ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଛି ।

ଏନେଇ ଆମ ପ୍ରତିନିଧି ଅର୍ଥମନ୍ତ୍ରୀଙ୍କୁ ପଚାରିବାକୁ ସେ ସ୍ପଷ୍ଟ କରିଛନ୍ତି ଯେ, ଏ ବିଷୟରେ ନିର୍ଣ୍ଣୟ ନେବା ଜିଏସଟି ପରିଷଦ ଓ ରାଜ୍ୟ ମଧ୍ୟରେ ସୀମିତ ରହିଛି ।

ସେ କହିଛନ୍ତି ଯେ, ଜିଏସଟି ଲାଗୁ ପରଠୁ ପେଟ୍ରୋଲ ଓ ପେଟ୍ରୋଲିୟମ୍‌ ଉତ୍ପାଦ ବିଷୟରେ ବହୁତ ଚର୍ଚ୍ଚା ହୋଇଛି । ସେହି ସମୟରେ ମୋ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ସ୍ବର୍ଗୀୟ ଅରୁଣ ଜେଟଲୀ ଏକ ବ୍ୟବସ୍ଥା କରିଥିଲେ । ସଂଶୋଧନରେ ଜିଏସଟି ଅଧିନରେ ଶୂନ୍ୟ-ରେଟେଡ ପେଟ୍ରୋଲିୟମ୍‌ ଉତ୍ପାଦ ବ୍ୟବସ୍ଥା ସାମିଲ ଥିଲା ।

ପେଟ୍ରୋଲିମ ଉତ୍ପାଦ ଜିଏସଟି ଅଧିନରେ ଆସିବ କି, ନା ? ସ୍ଥିର କରିବ ରାଜ୍ୟ

ସେହିପରି ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ବିନିବେଶ(ବିକ୍ରି) ପାଇଁ ଆଇପିଓ ଆଣିବା ନେଇ ଅର୍ଥମନ୍ତ୍ରୀ ସୀତାରମଣ ଜୋର ଦେଇ କହିଛନ୍ତି ଯେ, ସାର୍ବଜନୀନ ଧନ ସୁରକ୍ଷିତ ରହିବା ଓ ଏହି ପଦକ୍ଷେପ ଅଧିକ ପାରିଦର୍ଶିତା ଓ ଅନୁଶାସନ ଆଣିବ ।

ପ୍ରଥମ ଥର ପାଇଁ ଲୋକଙ୍କ ଆଗରେ ଅଂଶଧନ ବିକ୍ରି କରିବାର ପ୍ରସ୍ତାବ ଦିଆଯାଇଥାଏ, ଏହି ପ୍ରକ୍ରିୟାକୁ ଆଇପିଓ (Initial public offering) କୁହାଯାଉଛି । ଏହା ଜରିଆରେ ସରକାର ଏଲଆଇସିର ଆଇପିଓକୁ ସେୟାର ବଜାରରେ ରେଜିଷ୍ଟ୍ର କରିବେ । ଏହାପରେ ଲୋକେ ଏଲଆଇସିରେ ସେୟାର ମାଧ୍ୟମରେ ଅଂଶଧନ କିଣି ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details