ଓଡିଶା

odisha

ETV Bharat / business

ଏ ବର୍ଷ ରାଜ୍ୟର ଋଣ ଭାର ବଢି ରହିପାରେ 68 ଲକ୍ଷ କୋଟି - States indebtedness may soar 36 pc to Rs 68 lakh cr this year

ରାଜ୍ୟର ରାଜସ୍ବରେ ହ୍ରାସର ମୁଖ୍ୟ କାରଣ ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହରେ ହ୍ରାସ ଓ ଲକଡାଉନ ପରେ ଖର୍ଚ୍ଚ ବୃଦ୍ଧି । ଯାହା ଫଳରେ ରାଜ୍ୟର କରଜ ବଢି 68 ଲକ୍ଷ କୋଟି ରହିବା ଅନୁମାନ କରିଛି କ୍ରିସିଲ । ଅଧିକ ପଢନ୍ତୁ..

ଏ ବର୍ଷ ରାଜ୍ୟର ଋଣ ଭାର ବଢି 68 ଲକ୍ଷ କୋଟି ରହିପାରେ
ଏ ବର୍ଷ ରାଜ୍ୟର ଋଣ ଭାର ବଢି 68 ଲକ୍ଷ କୋଟି ରହିପାରେ

By

Published : Dec 1, 2020, 10:10 PM IST

ମୁମ୍ବାଇ: କୋଭିଡ-19 ଓ ଲକଡାଉନ ଯୋଗୁଁ ରାଜସ୍ବ ସଂଗ୍ରହ ହ୍ରାସର ସାମ୍ନା କରୁଛି ରାଜ୍ୟ । ଏଥିଯୋଗୁଁ ଆବଶ୍ୟକ ଖର୍ଚ୍ଚ ପୂରଣ ପାଇଁ ରାଜ୍ୟ ଋଣ ପରେ ଋଣ କରି ଚାଲିଛି । ଯେଉଁଥିପାଇଁ ରାଜ୍ୟର କରଜ ଚଳିତ ଆର୍ଥିକ ବର୍ଷରେ ରେକର୍ଡ 36 ପ୍ରତିଶତ ବଢିବା ସହ 68 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ସମ୍ଭାବନା ରହିଛି ।

ମଙ୍ଗଳବାର କ୍ରିସିଲର ଜାରି ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଆୟରେ 15 ପ୍ରତିଶତ ହ୍ରାସ ଦେଖାଦେଇଛି । ଯେତେବେଳେ କି ସେମାନଙ୍କ ଋଣ 36 ପ୍ରତିଶତ ବଢି 68 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଅନୁମାନ ଅଛି । ଯାହାକି ଏକ ଦଶକର ସର୍ବୋଚ୍ଚ ସ୍ତର ।

ରିପୋର୍ଟରେ କୁହାଯାଇଛି ଯେ, ଋଣ ଭାର ବଢିବା ସହ ରାଜ୍ୟର ଆର୍ଥିକ ପ୍ରଦର୍ଶନ ପାଖାପାଖୀ 2-4 ପ୍ରତିଶତ ଖସିପାରେ । ରାଜ୍ୟର ରାଜସ୍ବରେ ହ୍ରାସର ମୁଖ୍ୟ କାରଣ ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହରେ ହ୍ରାସ ଓ ଲକଡାଉନ ପରେ ଖର୍ଚ୍ଚ ବୃଦ୍ଧି ହେବା ।

କ୍ରିସିଲର ଏହି ରିପୋର୍ଟ ଦେଶର ଶୀର୍ଷ 18 ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଆଧାରିତ ରହିଛି । ଏଥିରେ ଦିଲ୍ଲୀ ଓ ଗୋଆ ମଧ୍ୟ ସାମିଲ ଅଛି । ଏ ସମସ୍ତ ରାଜ୍ୟ ମିଶିକରି ମୋଟ ଘରୋଇ ଉତ୍ପାଦର ପାଖାପାଖୀ 90 ପ୍ରତିଶତ ଅଂଶଧନ ରଖିଛନ୍ତି ।

ରିପୋର୍ଟରେ ରାଜ୍ୟର ରାଜସ୍ବ ଘାଟା ଚଳିତ ଆର୍ଥିକ ବର୍ଷରେ 6 ପ୍ରତିଶତ ରହିବା ଅନୁମାନ ଦର୍ଶାଯାଇଛି । ଯାହା ଗତ ବର୍ଷର 1.5 ପ୍ରତିଶତରୁ କମ । ସେପଟେ ରାଜ୍ୟର ମୋଟ ଆର୍ଥିକ ଘାଟା ବୃଦ୍ଧି ପାଇ 8.7 ପ୍ରତିଶତରେ ପହଞ୍ଚିବା ସମ୍ଭାବନା ଅଛି , ଯାହାକି 2019-20 ରେ 5.3 ପ୍ରତିଶତ ଥିଲା ।

ABOUT THE AUTHOR

...view details