ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏ ବର୍ଷ 14,000 ନିଯୁକ୍ତି ଦେବାକୁ ଯୋଜନା କରିଛି । ଏଥିସହ ଦେଶର ସର୍ବବୃହତ୍ତ ବାଣିଜ୍ୟିକ ବ୍ୟାଙ୍କ ସ୍ପଷ୍ଟ କରିଛି କି ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ବ୍ୟାଙ୍କ ଖର୍ଚ୍ଚ ହ୍ରାସ କରିବା ପାଇଁ କରାଯାଇ ନାହିଁ।
ପ୍ରକାଶ ଯେ, ଏସବିଆଇର ଭିଆରଏସ ଯୋଜନା ଘୋଷଣା ସହ ଏହାର ଲକ୍ଷ୍ୟ ଖର୍ଚ୍ଚ କାଟ କରିବା ପାଇଁ ବୋଲି ଦର୍ଶାଯାଇଥିଲା । ଏଣୁ ଏହାକୁ ଖାରଜ କରି ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି କି ପ୍ରସ୍ତାବିତ ଭିଆରଏସ ଖର୍ଚ୍ଚ କାଟ ପାଇଁ ବାଖ୍ୟା କରିବା ଅନୁଚିତ।
ଏସବିଆଇ ଏବେ ନିଜ କର୍ମଚାରୀଙ୍କ ପାଇଁ ଭିଆରଏସ ଯୋଜନା ଆଣିଛି । ଏଥିପାଇଁ ପ୍ରାୟ 30,190 କର୍ମଚାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ବିବୃତ୍ତିରେ କୁହାଯାଇଛି କି, "ବ୍ୟାଙ୍କ କର୍ମଚାରୀଙ୍କ ପ୍ରତି ସର୍ବଦା ବନ୍ଧୁତ୍ୱପୂର୍ଣ୍ଣ ରହିଆସିଛି ଏବଂ ଏହାର ବ୍ୟବସାୟକୁ ବିସ୍ତାର କରୁଛି ଯାହା ଲୋକଙ୍କ ଆବଶ୍ୟକ ହେବ। ଆଉ ଏହା ପ୍ରମାଣ କରେ ଯେ ବ୍ୟାଙ୍କ ଚଳିତ ବର୍ଷ 14,000ରୁ ଅଧିକ କର୍ମଚାରୀ ନିଯୁକ୍ତ କରିବାକୁ ଯୋଜନା କରୁଛି।’’
ଏସବିଆଇରେ ବର୍ତ୍ତମାନ ଅଢେଇ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆଉ ବ୍ୟାଙ୍କ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ସବୁ ପ୍ରକାର ସହଯୋଗ ପାଇଁ ସର୍ବଦା ଆଗକୁ ଆସିଛି । ଷ୍ଟେଟ ବ୍ୟାଙ୍କର VRS ଯୋଜନାର ଡ୍ରାଫ୍ଟ ଅନୁଯାୟୀ, VRS-2020 ଅଧିନରେ ଯେଉଁମାନେ ବ୍ୟାଙ୍କରେ 25 ବର୍ଷ ସେବା କିମ୍ବା 55 ବର୍ଷ ବୟସ ପୂରଣ କରିଛନ୍ତି, ସେହି ସମସ୍ତ ସ୍ଥାୟୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏହା ଖୋଲା ରହିବ ।