ଓଡିଶା

odisha

ETV Bharat / business

ଏୟାରୱେଜରେ ଅଲୋଡା, କୋଳେଇ ନେଲା ସ୍ପାଇସ

ସ୍ପାଇସ ଜେଟ 100 ପାଇଲଟଙ୍କ ସମେତ 500 କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଆଗକୁ ମଧ୍ୟ ଆହୁରି କର୍ମଚାରୀଙ୍କୁ ଚାକିରୀ ଦେବା ନେଇ ନୂଆ ଆଶା ଦେଖାଇଛି ସ୍ପାଇସ ଜେଟ ।

By

Published : Apr 20, 2019, 8:33 PM IST

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ଚାକିରୀ ହରାଇ ରାସ୍ତାକୁ ଓହ୍ଲାଇଥିବା ଜେଟର ହଜାର ହଜାର କର୍ମଚାରୀଙ୍କୁ ସାହାଯ୍ୟର ହାତ ବଢାଇଲା ସ୍ପାଇସ ଜେଟ । ଏବେ ସୁଦ୍ଧା କମ୍ପାନୀ 100 ପାଇଲଟଙ୍କ ସମେତ 500 କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଆଗକୁ ମଧ୍ୟ ଆହୁରି କର୍ମଚାରୀଙ୍କୁ ଚାକିରୀ ଦେବା ନେଇ ନୂଆ ଆଶା ଦେଖାଇଛି ସ୍ପାଇସ ଜେଟ ।

ଶସ୍ତା ବିମାନ ସେବା ପ୍ରଦାନ କରୁଥିବା ଘରୋଇ ବିମାନ କମ୍ପାନୀ ସ୍ପାଇସ ଜେଟ ଆଗାମୀ ଦିନରେ ତାର ପରିସରକୁ ଆହୁରି ବୃଦ୍ଧି କରିବାକୁ ଯୋଜନା ରଖିଛି । ଗୁରୁଗ୍ରାମସ୍ଥିତ ଏହି ବିମାନ କମ୍ପାନୀ ପ୍ରଥମରୁ ଅଧିକା 27 ବିମାନକୁ ସାମିଲ କରିସାରିଛି । ଜେଟ ଏୟାରୱେଜର ଅନୁପସ୍ଥିତିକୁ ପୂରଣ କରିବାକୁ ସ୍ପାଇସ ଜେଟ ଏପରି ବ୍ୟବସ୍ଥା କରିଥିବା ନେଇ କହିଛି ।

ଜେଟ ଏୟାରୱେଜର କର୍ମଚାରୀଙ୍କୁ ପ୍ରଥମ ପ୍ରାଥମିକତା ଦିଆଯାଉଛି । ସେମାନଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ପ୍ରୟାସ କରୁଛି ବୋଲି ସ୍ପାଇସ ଜେଟ ଅଧ୍ୟକ୍ଷ ଅଜୟ ସିଂହ ଜଣାଇଛନ୍ତି ।

ସେ କହିଛନ୍ତି ଯେ, ଜେଟର ଦୁର୍ଭାଗ୍ୟଜନକ ବନ୍ଦ ଯୋଗୁଁ ତାର କର୍ମଚାରୀଙ୍କ ପରିସ୍ଥିତି ଦୟନୀୟ ହୋଇପଡିଛି । ଏଣୁ ସେମାନଙ୍କୁ ଚାକିରୀ ଦେବାକୁ ଆମେ ପ୍ରଥମେ ଚେଷ୍ଟା କରୁଛୁ । ନିକଟରେ ସ୍ପାଇସ ଜେଟ 200ରୁ ଅଧିକ କ୍ୟାବିନ କ୍ରୁ ଓ ଟେକନିକ ବିମାନ ଆଡ୍ଡା କର୍ମଚାରୀ ଏବଂ 100ରୁ ଅଧିକ ପାଇଲଟଙ୍କୁ ଚାକିରୀ ଦିଆଯାଇଛି । ଏପ୍ରିଲ 26ରୁ ମେ 2 ମଧ୍ୟରେ ସ୍ପାଇସ ଅଧିକରୁ ଅଧିକ ବିମାନ ଉଡାଣ ଭରିବା ନେଇ ଘୋଷଣା କରିଛି । ଆଉ ଏସବୁରେ ସେ ଜେଟ ଏୟାରୱେଜ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛି ।


ହତାସ ଜେଟ କର୍ମଚାରୀଙ୍କୁ ସାହାଯ୍ୟର ହାତ ବଢାଇଥିବା ସ୍ପାଇସ ଜେଟ ଏବେ ଏକ ନୂଆ ଆଶା ଦେଖାଇଛି ।

For All Latest Updates

ABOUT THE AUTHOR

...view details