ନୂଆଦିଲ୍ଲୀ: କୋରୋନା ଭାଇରସ ମୁକାବିଲା ପାଇଁ ଆଗେଇ ଆସିଲେ ସାବୁନ ନିର୍ମାତା କମ୍ପନୀ । ଏହି ମାରାତ୍ମକ ଭାଇରସ ସଂକ୍ରମଣ ରୋକିବାରେ ଲୋକଙ୍କୁ ସାହାଯ୍ୟ ପାଇଁ ସାବୁନ ଏବଂ ସ୍ବଚ୍ଛତା ଉରକରଣ ଦାମ ହ୍ରାସ ଏବଂ ଏସବୁର ଉତ୍ପାଦନ ବୃଦ୍ଧି ହେବ । ଏ ନେଇ ହିନ୍ଦୁସ୍ତାନ ୟୁନିଲିଭର, ଗୋଦରେଜ କଞ୍ଜୁମର ଓ ପତଞ୍ଜଳୀ ଭଳି ଏଫଏମସିଜି କମ୍ପାନୀ ଘୋଷଣା କରିଛନ୍ତି ।
କରୋନା ଜୀବାଣୁ ସଂକ୍ରମଣ ଲଢେଇରେ ହିନ୍ଦୁସ୍ତାନ ୟୁନିଲିଭର 100 କୋଟି ଟଙ୍କା ପ୍ରତିଶ୍ରୁତି ଦେଇଛି । କମ୍ପାନୀ ଏକ ବିବୃତ୍ତିରେ କହିଛି, "ହିନ୍ଦୁସ୍ତାନ ୟୁନିଲିଭର ଜନସାଧାରଣଙ୍କ ସ୍ବାର୍ଥରେ ଲାଇଫବଏ ସାନିଟାଇଜର,ଲିକ୍ବିଡ୍ ହ୍ୟାଣ୍ଡୱାସ୍ ଏବଂ ଡୋମେକ୍ସ ଫ୍ଲୋର୍ କ୍ଲିନର ମୂଲ୍ୟକୁ 15 ପ୍ରତିଶତ ହ୍ରାସ କରିଛି । କମ ଦାମ ସହ ଏହି ସବୁ ସାମଗ୍ରୀକୁ ଶୀଘ୍ର ବଜାରରେ ଉପଲବ୍ଧ କରାଯିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି ।