ଓଡିଶା

odisha

By

Published : May 10, 2021, 9:55 PM IST

ETV Bharat / business

କୋଭିଡ ରୋଗୀଙ୍କ ପାଇଁ ସ୍ନାପଡିଲର 'ସଞ୍ଜୀବନୀ' ସେବା ଆରମ୍ଭ , ଜାଣନ୍ତୁ କିଭଳି ହେବେ ଉପକୃତ

କୋଭିଡ ଆକ୍ରାନ୍ତଙ୍କୁ ପ୍ଲାଜମାଦାତାଙ୍କ ସହ ଯୋଡିବା ପାଇଁ 'ସଞ୍ଜୀବନୀ’ ନାଁରେ ସେବା ଆରମ୍ଭ କଲା ସ୍ନାପଡିଲ । ଜାଣନ୍ତୁ କିଭଳି ଆପଣଙ୍କ ସହଯୋଗ କରିବ ‘ସଞ୍ଜୀବନୀ’ ..

କୋଭିଡ ରୋଗୀଙ୍କ ପାଇଁ ସ୍ନାପଡିଲର 'ସଞ୍ଜୀବନୀ' ସେବା ଆରମ୍ଭ , ଜାଣନ୍ତୁ କିଭଳି ହେବେ ଉପକୃତ
କୋଭିଡ ରୋଗୀଙ୍କ ପାଇଁ ସ୍ନାପଡିଲର 'ସଞ୍ଜୀବନୀ' ସେବା ଆରମ୍ଭ , ଜାଣନ୍ତୁ କିଭଳି ହେବେ ଉପକୃତ

ନୂଆଦିଲ୍ଲୀ: କୋଭିଡ ରୋଗୀଙ୍କୁ ସହଯୋଗ ପାଇଁ ଇ-କମର୍ସ କମ୍ପାନୀ ସ୍ନାପଡିଲର ନୂଆ ସେବା ଆରମ୍ଭ । କମ୍ପାନୀ କୋଭିଡ ଆକ୍ରାନ୍ତଙ୍କୁ ପ୍ଲାଜମାଦାତାଙ୍କ ସହ ଯୋଡିବା ପାଇଁ 'ସଞ୍ଜୀବନୀ’ ନାଁରେ ଆରମ୍ଭ କରିଛି ଏକ ପ୍ଲାର୍ଟଫର୍ମ । ଏଥିସହ ସ୍ନାପଡିଲ ସେହି ସବୁ କମ୍ପାନୀରେ ସାମିଲ ହୋଇଛି , ଯାହା ଦେଶରେ ମହାମାରୀର ଦ୍ବିତୀୟ ଲହର ମଧ୍ୟରେ ଲୋକଙ୍କ ସହଯୋଗ ପାଇଁ ଡିଜିଟାଲ ସେବା ଆରମ୍ଭ କରିଛି ।

ଫେସବୁକ ଓ ଗୁଗୁଲ, ପେଟିଏମ ଭଳି ବଡ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଠାରୁ ଆରମ୍ଭ କରି HealthifyMe ଭଳି ଷ୍ଟାର୍ଟଅପ ଟିକାକରଣ ପାଇଁ ସ୍ଲଟ ସନ୍ଧାନ କରିବାରେ ଲୋକଙ୍କୁ ସହଯୋଗ କରୁଛନ୍ତି । ଏଥିପାଇଁ ଗତ କିଛି ସପ୍ତାହରେ ଅନେକ ଡିଜିଟାଲ ସେବା ଆରମ୍ଭ କରିଛନ୍ତି ।

ଦେଶରେ ଟେକନିକ ଉପରେ ବଢୁଥିବା ନିର୍ଭରଶୀଳତା ଓ ସୋସିଆଲ ମିଡିଆର ବ୍ୟାପକ ପ୍ରସାର ବ୍ୟବହାର କରି ଅନେକ କମ୍ପାନୀ ଓ ଡେଭଲପର ହସ୍ପିଟାଲ ବିସ୍ତାର, ଭେଣ୍ଟିଲେଟର ଓ ଅକ୍ସିଜେନ ସିଲିଣ୍ଡର ଭଳି ସାମଗ୍ରୀର ସନ୍ଧାନ କରି ଲୋକଙ୍କୁ ସହାୟତା କରୁଛନ୍ତି ।

ସ୍ନାପଡିଲ ସୋମବାର ଏକ ବିବୃତ୍ତିରେ କହିଛି କି, ‘ ସଞ୍ଜୀବନୀ’ ନାଁରେ ଏକ ପ୍ଲାର୍ଟଫର୍ମ ପ୍ରସ୍ତୁତ କରାଯାଇଛି । ଏହା ଦେଶରେ କମ୍ପାନୀର ବ୍ୟାପର ପ୍ରସାର କରିବା ସହ ଲୋକଙ୍କୁ ପରସ୍ପର ସହ ଯୋଡିବ । ଏହାର ପରିସରରେ ଦେଶରେ କ୍ଷୁଦ୍ର ସହର ଓ ଅଞ୍ଚଳ ବି କଭର ହେବ ।

କମ୍ପାନୀ କହିଛି କି, ୱେବସାଇଟ ଓ ମୋବାଇଲ ଆପ ସହଯୋଗରେ ପ୍ଲାର୍ଟଫର୍ମର ବ୍ୟବହାର କରାଯାଇପାରେ । ଯେଉଁଠି ରୋଗୀ ଓ ପ୍ଲାଜମା ଦାତା ନିଜ ନିଜର ମୋବାଇଲ ନମ୍ବର / ଇମେଲ ଆଇଡି ସହ ଏହାର ପଞ୍ଜୀକରଣ କରାଇପାରିବେ । ଆଉ ରକ୍ତ ଗ୍ରୁପ , ସ୍ଥାନ ଏବଂ ଦାତାଙ୍କ ସହ ସମ୍ପୃକ୍ତ ବିଶେଷ ସ୍ବଚନା ( ସେଥିରେ କୋଭିଡ-19 ସଂକ୍ରମଣ କେବେ ହେଲା କେବେ ଶେଷ ହେଲା) ଭଳି ଜରୁରୀ ସୂଚନା ଦେଇପାରିବେ ।

ପଞ୍ଜୀକରଣ ସମ୍ପୂର୍ଣ୍ଣ ହେବା ପରେ ସ୍ନାପଡାଲର ସର୍ଚ୍ଚ ଇଞ୍ଜିନ୍ ଆନୁସଙ୍ଗିକ ମ୍ୟାଚ୍ ଖୋଜିବ ଏବଂ ରୋଗୀଙ୍କୁ ସମ୍ଭାବ୍ୟ ଦାତା ସହିତ ସଂଯୋଗ କରିବ । ‘ସଞ୍ଜୀବନୀ’ ପ୍ଲାଟଫର୍ମ ପୂର୍ବରୁ କେବଳ କମ୍ପାନୀର କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ଆରମ୍ଭ କରାଯାଇଥିଲା, କିନ୍ତୁ ସ୍ନାପଡାଲ ଏହାକୁ ଏବେ ସମସ୍ତଙ୍କ ପାଇଁ ଖୋଲିଦେଇଛି ।

ABOUT THE AUTHOR

...view details