ଓଡିଶା

odisha

ETV Bharat / business

ଡିଜିଟାଲ ଇଣ୍ଡିଆ: ଛୋଟ ସହରରେ 80% ଅନଲାଇନ ପେମେଣ୍ଟ

2020 ମସିହାରେ ବଢିଛି ଅନଲାଇନ ଟ୍ରାଞ୍ଜାକ୍ସନ ସଂଖ୍ୟା । ବଡ ସହର ବ୍ୟତିତ ଛୋଟ ଛୋଟ ସହରଗୁଡିକରେ ମଧ୍ୟ ଲୋକ  ଅନଲାଇନ ପେମେଣ୍ଟକୁ ଅଧିକ ପ୍ରାଧାନ୍ୟ ଦେଇଥିବା ସର୍ଭେରୁ ଜଣାପଡିଛି । ଅଧିକ ପଢନ୍ତୁ..

ଡିଜିଟାଲ ଇଣ୍ଡିଆ : ଛୋଟ ସହରରେ 80% ଅନଲାଇନ ପେମେଣ୍ଟ
ଡିଜିଟାଲ ଇଣ୍ଡିଆ : ଛୋଟ ସହରରେ 80% ଅନଲାଇନ ପେମେଣ୍ଟ

By

Published : Jan 13, 2021, 6:27 AM IST

ବେଙ୍ଗାଲୁରୁ: 2020ରେ ମହାମାରୀ ଯୋଗୁଁ ଲଗାଯାଇଥିବା ଲକଡାଉନ ଓ ସାମାଜିକ ଦୂରତ୍ବ ଭଳି କଟକଣା ମଧ୍ୟରେ ବଢିଛି ଅନଲାଇନ ଟ୍ରାଞ୍ଜାକ୍ସନର ଚାହିଦା । ଏକ ରିପୋର୍ଟ ଅନୁସାରେ 2019 ତୁଳନାରେ ଅନଲାଇନ ନେଣଦେଣରେ 80 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଛି ।

ବିଶେଷ କରି ଛୋଟ ସହରରେ ଏହି ପରିବର୍ତ୍ତନ ଅଧିକ ଦେଖିବାକୁ ମିଳିଛି । ଏଠାରେ ବ୍ୟବସାୟୀଙ୍କ ଠାରୁ କ୍ରେତା ପର୍ଯ୍ୟନ୍ତ ସମସ୍ତେ ଉଲ୍ଲେଖନୀୟ ଭାବେ ଡିଜିଟାଲ ପେମେଣ୍ଟକୁ ଆପଣାଇଛନ୍ତି । ମଙ୍ଗଳବାର ଏକ ନୂଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।


ଫିନଟେକ ୟୁନିକର୍ଣ୍ଣ ରିଜରେପ( fintech unicorn Razorpay)ର ଏକ ରିପୋର୍ଟ ମୁତାବକ ଟିୟର-2 ଓ 3 ସହରରେ ଲୋକଙ୍କ ଦ୍ବାରା ଅନଲାଇନ ନେଣଦେଣକୁ ଅଧିକ ଆପଣାଯାଉଥିବା ଦୃଷ୍ଟିରୁ ଏଥିରେ 92 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବିଲ ପେମେଣ୍ଟ ଆଦି ପାଇଁ ଲୋକ ଟଙ୍କା (ନୋଟ, କଏନ) ବଦଳରେ ଡିଜିଟାଲ ପେମଣ୍ଟକୁ ଅଧିକ ଉପଯୋଗୀ ଭାବିଲେ । ଯାହା ଫଳରେ ୟୁଟିଲିଟି ପେମେଣ୍ଟ ଓ ଅନଲାଇନ ବିଲ ପେମେଣ୍ଟରେ 357 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଲା ।

ସେହିଭଳି ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି କି ଏହି ଅବଧିରେ କ୍ରେଡିଟ ଓ ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ ଓ ୱାଲେଟ ପେମେଣ୍ଟ ତୁଳନାରେ ୟୁପିଆଇ ଜରିଆରେ ଅଧିକ ନେଣଦେଣ ହୋଇଛି । 2019 ତୁଳନାରେ 2020ରେ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଲୋକ ପେମେଣ୍ଟର ବେଷ୍ଟ ମାଧ୍ୟମ ଭାବିଲେ । ଆଉ ଏଥିଯୋଗୁଁ ମାତ୍ର ବର୍ଷରେ ଏଥିରେ 120 ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇଛି । ବିଶେଷ କରି ଏହା ଟିୟର-2 ଓ ଟିୟର-3 ସହରରେ ହୋଇଛି ।

ରେଜରପେ ର ସହ-ସଂସ୍ଥାପକ ଓ ସିଇଓ ହର୍ଷିଲ ମାଥୁର କହିଛନ୍ତି କି 2019 ତୁଳନାରେ 2020ରେ ମୋଟ ଅନଲାଇନ ଟ୍ରାଞ୍ଜାକ୍ସନ ଉଛୁଳିଛି ସତ , କିନ୍ତୁ ବଡ କଥା କି ବର୍ଷର ଶେଷ 6 ମାସରେ ଏଥିରେ 73 ପ୍ରତିଶତ ବୃଦ୍ଧି ହୋଇଛି । ଟିୟର-2 ଓ ଟିୟର-3 ସହରରେ ଅନଲାଇନ ନେଣଦେଣରେ ପ୍ରାୟ 92 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details