ନୂଆଦିଲ୍ଲୀ: କମ୍ପାନୀ ଓ କାରବାରୀଙ୍କୁ ଆଶ୍ବସ୍ତି । କମିଲା କର୍ପୋରେଟ ଟ୍ୟାକ୍ସ । ଏ ନେଇ ପାସ ହୋଇଗଲାଣି ଅଧ୍ୟାଦେଶ । ଶୁକ୍ରବାର ଗୋଆରେ ଅନୁଷ୍ଠିତ 37ତମ ଜିଏସଟି କାଉନସିଲ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ପ୍ରେସ କନଫ୍ରେନ୍ସରେ ଘୋଷଣା କରିଛନ୍ତି । ଏପ୍ରିଲ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ।
ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, କମିଲା କର୍ପୋରେଟ ଟ୍ୟାକ୍ସ - Finance Minister Nirmala Sitharaman
କମିଲା କର୍ପୋରେଟ ଟ୍ୟାକ୍ସ । ଶୁକ୍ରବାର ଗୋଆରେ ଅନୁଷ୍ଠିତ 37ତମ ଜିଏସଟି କାଉନସିଲ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ପ୍ରେସ କନଫ୍ରେନ୍ସରେ ଘୋଷଣା କରିଛନ୍ତି ।
ପ୍ରତିକାତ୍ମକ ଫଟୋ
ଦେଶର ଧୀମା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଅର୍ଥମନ୍ତ୍ରୀ ଅଣ୍ଟା ଭିଡିସାରିଛନ୍ତି । ଗୋଟିଏ ପରେ ଗୋଟିଏ ପାୱାରବୁଷ୍ଟର ଦେବାରେ ଲାଗିପଡିଛନ୍ତି । ତେବେ ଜିଏସଟି ପରିଷଦ ବୈଠକ ପୂର୍ବରୁ ନିର୍ମଳା ବହୁ ନୂଆ ଘୋଷଣା କରିଛନ୍ତି ।
ପ୍ରେସ ମିଟରେ ପ୍ରମୁଖ ଘୋଷଣା
- କର୍ପୋରେଟ ଇଣ୍ଡିଆ ପାଇଁ 1.5 ଲକ୍ଷର ଆର୍ଥିକ ପ୍ୟାକେଜ
- ନିବେଶ କରୁଥିବା କମ୍ପାନୀଙ୍କ ଉପରେ 15 ପ୍ରତିଶତ ଟିକସ ଲାଗୁ
- ଟିକସ ମୁକ୍ତ ହେବ ମ୍ୟାନୁଫେକ୍ଟରିଙ୍ଗ କମ୍ପାନୀ
- ବିନା ରିହାତିରେ ଆୟକର ଟିକସ 22 ପ୍ରତିଶତ ରହିବ
- ଇକ୍ୟୁଟି କ୍ୟାପିଟାଲ ଗେନ୍ସରେ ଉପରେ ସରଚାର୍ଜ ହଟାଯିବ
- ମେକ ଇନ-ଇଣ୍ଡିଆରେ ନିବେଶ ପାଇଁ ପ୍ରୟାସ
- ସେସ ଓ ସରଚାର୍ଜ ସହ 25.17 ପ୍ରତିଶତ ଟିକସ ରହିବ
- STT ଦେଉଥିବା ନିବେଶକଙ୍କ ଉପରେ ସରଚାର୍ଜ ଲାଗିବ ନାହିଁ
- ଜୁଲାଇ 5 ପୂର୍ବରୁ ବାୟବେକ ଉପରେ 20 ପ୍ରତିଶତ ଟିକସ ଲାଗିବ ନାହିଁ
Last Updated : Sep 20, 2019, 12:52 PM IST