ଓଡିଶା

odisha

By

Published : Sep 21, 2019, 10:25 PM IST

ETV Bharat / business

ପ୍ରତିଶ୍ରୁତି ଦେଇଥିଲେ ଜେଟଲୀ, ପୂରଣ କଲେ ନିର୍ମଳା

ଜେଟଲୀଙ୍କ ସ୍ବପ୍ନ ପୂରଣ କଲେ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଦେଇଯାଇଥିଲା କର୍ପୋରେଟ ଟ୍ୟାକ୍ସ ହ୍ରାସକୁ ସଫଳ କରି ଶିଳ୍ପ ଜଗତକୁ ଭେଟି ଦେବା ସହ ଦେଶରେ ରୋଜଗାର ସୃଷ୍ଟି ପାଇଁ ଆହ୍ବାନ ଦେଇଛନ୍ତି ନିର୍ମଳା ।

ଫାଇଲ ଫଟୋ

ନୂଆଦିଲ୍ଲୀ: 2015-16 ବଜେଟ ଭାଷଣ । ସେତେବେଳର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ 4 ବର୍ଷ ଭିତରେ କର୍ପୋରେଟ ଟ୍ୟାକ୍ସ ହ୍ରାସ ନେଇ ଦେଇଥିଲେ ପ୍ରତିଶ୍ରୁତି। ଯାହାକୁ ପୂରଣ କରି ଶିଳ୍ପ ଜଗତକୁ ବଡ ଭେଟି ଦେଇଛନ୍ତି ଆଜିର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଶୁକ୍ରବାର ନିର୍ମଳା ସୀତାରମଣ କର୍ପୋରେଟ ଟ୍ୟାକ୍ସକୁ 30ରୁ ହ୍ରାସ କରି 22 ପ୍ରତିଶତ କରିଛନ୍ତି । ଯେଉଁଥିପାଇଁ ସେୟାର ବଜାର ଠାରୁ ଆରମ୍ଭ କରି ବଡ ବଡ କମ୍ପାନୀ ସବୁ ଖୁସିରେ ସେଲିବ୍ରେସନ କରିଛନ୍ତି । ଏହା ଦ୍ବାରା ଦେଶରେ ନିବେଶ ବଢିବା ସହ ନିଯୁକ୍ତି ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରହିଛି ।

ପ୍ରକାଶ ଥାଉ ଯେ, 2015-16 ବଜେଟ ଭାଷଣରେ ଅରୁଣ ଜେଟଲୀ କହିଥିଲେ ଯେ, ଆସନ୍ତା 4 ବର୍ଷ ଭିତରେ କର୍ପୋରେଟ ଟ୍ୟାକ୍ସକୁ 30ରୁ ହ୍ରାସ କରି 25 ପ୍ରତିଶତ କରାଯିବ । ଏହି କ୍ରମରେ ଗତ ବର୍ଷ 250 କୋଟି ଟଙ୍କା ବାର୍ଷିକ କାରବାର କରୁଥିବା କମ୍ପାନୀର ଆୟକର ଟିକସ ଦର ହ୍ରାସ କରି 25 ପ୍ରତିଶତ କରାଯାଇଥିଲା ।

ତେବେ ଏହା ପୂର୍ବରୁ ଭାରତୀୟ କମ୍ପାନୀଗୁଡିକୁ 30 ପ୍ରତିଶତ କର ବ୍ୟତିତ ସରଚାର୍ଜ ଦେବାକୁ ପଡୁଥିଲା । ଯେତେବଳେ କି ବିଦେଶୀ କମ୍ପାନୀ 40 ପ୍ରତିଶତ କର ଗଣୁଥିଲେ । ଶୁକ୍ରବାର ସକାଳେ ସୀତାରମଣ କହିଥିଲେ ଯେ, ସରକାର ଆୟକର ଟିକସ ଅଧିନିୟମ 1961 ଓ ଫାଇନାନ୍ସ ଆକ୍ଟ 2019ରେ ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନ ପରେ ଭାରତୀୟ କମ୍ପାନୀ ପାଖରେ 2ଟି ବିକଳ୍ପ ରହିବ । ଗୋଟିଏ ହେଲା, କମ୍ପାନୀ ଚାହିଁଲେ 22 ପ୍ରତିଶତର ଆୟକର ଟିକସ ବିକଳ୍ପ ଚୟନ କରିପାରିବ । ହଁ ଏହି ଲାଭ ସେବେ ମିଳିବ ଯେତବେଳେ କମ୍ପାନୀ ଅନ୍ୟାନ୍ୟ ରିହାତି ଓ ପ୍ରୋତ୍ସାହନରୁ ମିଳୁଥିବା ଲାଭକୁ ଛାଡିବ । ଏଭଳି ଭାବେ କମ୍ପାନୀଗୁଡିକୁ 25.17 ପ୍ରତିଶତ ଟିକସ ଦେବାକୁ ପଡିବ । ଫଳରେ କମ୍ପାନୀର ସର୍ବନିମ୍ନ ବିକଳ୍ପ ଟିକସ (mat) ଦେବା ଦରକାର ପଡିବ ନାହିଁ ।

କର୍ପୋରେଟ ଟ୍ୟାକ୍ସ ହ୍ରାସ ଦ୍ବାରା କମ୍ପାନୀକୁ ନିବେଶ ପାଇଁ ଅଧିକ ସୁଯୋଗ ମିଳିବ ଏବଂ ଏଥିରୁ ରୋଜଗାର ବଢିବ । ଯାହା ଦ୍ବାରା ଦେଶରେ ବେକାରୀ ମଧ୍ୟ ହ୍ରାସ ପାଇବ ବୋଲି ଅରୁଣ ଜେଟଲୀ ବିଶ୍ବାସ କରୁଥିଲେ ।

କହିରଖୁଛୁ ଯେ, ଗତ ମାସରେ ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ଘଟିଥିଲା ।

ABOUT THE AUTHOR

...view details