ଓଡିଶା

odisha

ETV Bharat / business

ରିଲାଏନ୍ସ ରିଟେଲ ସେୟାର କିଣିପାରେ ସିଲଭର ଲେକ - Silver Lake

ସିଲଭର ଲେକ୍ ରିଲାଏନ୍ସ ରିଟେଲରେ 1 ବିଲିୟନ ଡଲାର ନିବେଶ ପାଇଁ ଯୋଜନା କରୁଛି । ଏ ନେଇ ଆଲୋଚନା ଚାଲିଛି । ଅଧିକ ପଢନ୍ତୁ..

ରିଲାଏନ୍ସ ରିଟେଲ ସେୟାର କିଣିପାରେ ସିଲଭର ଲେକ
ରିଲାଏନ୍ସ ରିଟେଲ ସେୟାର କିଣିପାରେ ସିଲଭର ଲେକ

By

Published : Sep 4, 2020, 8:02 PM IST

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମ ପରେ ଏବେ ରିଲାଏନ୍ସ ରିଟେଲର ଅଂଶଧନ କିଣିବାକୁ ମଧ୍ୟ ନିବେଶକଙ୍କ ରେସ ଆରମ୍ଭ ହୋଇଯାଇଛି । ଆମେରିକାର ପ୍ରାଇଭେଟ ଇକ୍ୟୁଟି ନିବେଶକ ସିଲଭର ଲେକ ରିଲାଏନ୍ସ ରିଟେଲର 1.7ରୁ 1.8 ପ୍ରତିଶତ ଅଂଶଧନ 1 ବିଲିୟନ ଡଲାରରେ କିଣିପାରେ ।

ମିଡିଆ ରିପୋର୍ଟ ଅନୁସାରେ , ଯଦି ଏହି ଚୁକ୍ତି ହୁଏ, ତେବେ ରିଲାଏନ୍ସ ରିଟେଲର ଭେଲ୍ୟୁ ବୃଦ୍ଧି ପାଇ 4.1 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ । ସୂତ୍ରରୁ ଜଣାପଡିଛି କି ମୁକେଶ ଅମ୍ବାନୀ ରିଲାଏନ୍ସ ରିଟେଲର ଆଂଶିକ ଷ୍ଟକ ବିକ୍ରି କରି ପୁଞ୍ଜି ଯୋଗାଡିବାକୁ ଚାହାନ୍ତି ।

ଏଥିପାଇଁ ରିଲାଏନ୍ସ ରିଟେଲ ନିବେଶକଙ୍କ ସହ କଥାବାର୍ତ୍ତା କରୁଛି । ତେବେ ଏ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଶନିବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସହାୟକ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (RRVL), ଫ୍ୟୁଚର ଗ୍ରୁପର ଖୁଚୁରା ଓ ହୋଲସେଲ କାରବାର ଏବଂ ଲଜିଷ୍ଟିକ , ଗୋଦାମ ବ୍ୟବସାୟକୁ ଅଧିଗ୍ରହଣ ନେଇ ଘୋଷଣା କରିଛି । ଫ୍ୟୁଚର ଗ୍ରୁପର ଏହି ବିଜନେସକୁ ରିଲାଏନ୍ସ ରିଟେଲ 24,713 କୋଟି ଟଙ୍କାରେ ଅଧିଗ୍ରହଣ କରିଛି ।

ABOUT THE AUTHOR

...view details