ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟରେ ନାଖୁସ ସେୟାର ବଜାର । ବଜେଟ ପରଠୁ ନିରାଶ ନିବେଶକ । ଶୁକ୍ରବାର ଭଳି ସୋମବାର ମଧ୍ୟ ବଜାରରେ ସମାନ ସ୍ଥିତି ଦେଖାଦେଇଛି । ସପ୍ତାହର ପ୍ରଥମ ଦିନରୁ ମାନ୍ଦାରେ କାରବାର । ସେୟାର କମିବା ସହ ସେନସେକ୍ସ 416 ପଏଣ୍ଟ ହ୍ରାସ ପାଇଛି ।
ବଜେଟ ପ୍ରଭାବରେ ଘାଇଲା ବଜାର, ନିରାଶ ନିବେଶକ - nifty
ବଜେଟ ପରେ ମୋଟା ଅଙ୍କରେ ଖସୁଛି ସେୟାର । ଶୁକ୍ରବାର ଭଳି ସୋମବାର ମଧ୍ୟ ବେଲଗାମ ସ୍ଥିତି । 416 ପଏଣ୍ଟ ହ୍ରାସ ପାଇ ସେନସେକ୍ସ 39 ହଜାର ଛୁଇଁଲାଣି । ଶୁକ୍ରବାର ବଜେଟ ଆଗତ ପୂର୍ବରୁ ଏହା 40 ହଜାର ଟପି ଦ୍ବିତୀୟ ରେକର୍ଡ କରିଥିଲା ।
ସୋମବାର ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 416.60 ପଏଣ୍ଟ କମି 39,096.79 ହୋଇଥିଲାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 116.65 ପଏଣ୍ଟ ତଳମୁହାଁ ହୋଇ 11,694.50ରେ କାରବାର କରୁଛି ।
ଶୁକ୍ରବାର ମଧ୍ୟ ବଜେଟ ଘୋଷଣା ପରେ ସେନସେକ୍ସ 395 ପଏଣ୍ଟ ହ୍ରାସ ପାଇଥିଲା । ଇକ୍ୟୁଟି ଓ ମ୍ୟୁଚାଲ ଫଣ୍ଡ ନିବେଶ ଉପରେ କୌଣସି ଦୀର୍ଘମିଆଦୀ ପୁଞ୍ଜି ଲାଭ କ୍ଷେତ୍ରରେ ଆଶ୍ବସ୍ତି ମିଳିନଥିବା ଯୋଗୁଁ ସେୟାର ରେଖା ଭାରୀ ମାତ୍ରାରେ ଖସୁଛି । ଫଳରେ ଗୋଟିଏ ଦିନରେ ନିବେଶକଙ୍କୁ 2.22,580 କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।