ଓଡିଶା

odisha

ETV Bharat / business

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ବୁଥରେ ନେତା, ବଜାରରେ ନିବେଶକ

ତୃତୀୟ ପର୍ଯ୍ୟାୟ ମତଦାନ ଦିନ ସେୟାର ମାର୍କେଟରେ ଦ୍ରୁତ ଅଭିବୃଦ୍ଧି। 500 ପଏଣ୍ଟର ହ୍ରାସ ସହ ସୋମବାର ବଜାର ବନ୍ଦ ରହିଥିବା ବେଳେ ଆଜି କାରବାର ରେଖା ଲଗାତାର ବଢି ଚାଲିଛି ।

By

Published : Apr 23, 2019, 2:05 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ମତଦାନ ଦିନ ସେୟାର ମାର୍କେଟରେ ଦ୍ରୁତ ଅଭିବୃଦ୍ଧି । 500 ପଏଣ୍ଟର ହ୍ରାସ ସହ ସୋମବାର ବଜାର ବନ୍ଦ ରହିଥିବା ବେଳେ ଆଜି କାରବାର ରେଖା ଲଗାତାର ବଢିଚାଲିଛି । ନିର୍ବାଚର ପ୍ରଭାବରେ ପ୍ରଫିଟ ବୃଦ୍ଧି ନିବେଶକଙ୍କୁ ଉତ୍ସାହିତ କରୁଛି । ମଙ୍ଗଳବାରସେନସେକ୍ସ 38 ହଜାର ପାର କରିଥିବା ବେଳେ ନିଫ୍ଟି ମଧ୍ୟ 11600 ପାଖାପାଖୀ ପହଞ୍ଚିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ180 ପଏଣ୍ଟ ବୃଦ୍ଧି ପାଇ 38830 ରେ ପହଞ୍ଚିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 20 ପଏଣ୍ଟର ଅଭିବୃଦ୍ଧି ସହ 11615ରେ କାରବାର କରୁଥିବା ଦେଖାଦେଇଛି।

ସୋମବାର ବଜାର ନାଲି ସଂଙ୍କେତ ସହ 495 ପଏଣ୍ଟ ଖସି 38,757.95 ରହିଥିବା ବେଳେ ନିଫ୍ଟି 11600 ତଳେ ବନ୍ଦ ହୋଇଥିଲା । ଯାହାକି ଚଳିତ ଆର୍ଥିକ ବର୍ଷର ସର୍ବନିମ୍ନ ରେକର୍ଡ ରହିଥିଲା ।

ପ୍ରକାଶ ଥାଉ , ଗଲା 2ଟି ପର୍ଯ୍ୟାୟ ନିର୍ବାଚନ ଦିନ ମଧ୍ୟ ବଜାର କାରବାର ଭଲ ରହିଥିଲା । ଅର୍ଥାତ ନିର୍ବାଚନର ପ୍ରଭାବ ବଜାର ଉପରେ ସକରାତ୍ମକ ରହିଛି । ଯେଉଁଥିପାଇଁ ପ୍ରଫିଟ ବଢିବା ସହ ଅଧିକ ନିବେଶ ମଧ୍ୟ ବୃଦ୍ଧି ପାଉଥିବା ନଜର ରହିଛି ।

For All Latest Updates

ABOUT THE AUTHOR

...view details