ନୂଆଦିଲ୍ଲୀ: ଆଗତ ହୋଇଯାଇଛି 2021 -22 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। ଯାହାର ପ୍ରଭାବ ସିଧାସଳଖ ପଡିଛି ସେୟାର ମାର୍କେଟ ଉପରେ। କାରବାର ଆରମ୍ଭରୁ ସେନସେକ୍ସ ଆକାଶ ଛୁଆଁ ହେବା ସହ 50 ହଜାର ପାର କରିଛି। ସେହିପରି ବିଏସଇ ନିଫ୍ଟି 348.75 ପଏଣ୍ଟ ବଢି 14,629.95ରେ ପହଁଞ୍ଚିଛି।
ବଜେଟ ପରେ ବଜାର ହଲଚଲ, 50 ହଜାଇ ଡେଇଁଲା ସେନସେକ୍ସ - share market
କାରବାର ଆରମ୍ଭରୁ ସେନସେକ୍ସ ଆକାଶ ଛୁଆଁ ହେବା ସହ 50 ହଜାର ପାର କରିଛି। ସେହିପରି ବିଏସଇ ନିଫ୍ଟି 348.75 ପଏଣ୍ଟ ବଢି 14,629.95ରେ ପହଁଞ୍ଚିଛି। ଅଧିକ ପଢନ୍ତୁ...
![ବଜେଟ ପରେ ବଜାର ହଲଚଲ, 50 ହଜାଇ ଡେଇଁଲା ସେନସେକ୍ସ ବଜେଟ ପରେ ବଜାର ହଲଚଲ, 50 ହଜାଇ ଡେଇଁଲା ସେନସେକ୍ସ](https://etvbharatimages.akamaized.net/etvbharat/prod-images/768-512-10467600-291-10467600-1612241008444.jpg)
ବଜେଟ ପରେ ବଜାର ହଲଚଲ, 50 ହଜାଇ ଡେଇଁଲା ସେନସେକ୍ସ
ସେନସେକ୍ସ ପ୍ୟାକରେ ପ୍ରମୁଖ ଲାଭକାରୀ ସଂସ୍ଥା ମାନେ ହେଲେ ଏଚଡିଏଫସି,ଏଲଟି, ବଜାଜ ଫାଇନାନ୍ସ, କୋଟାକ ବ୍ୟାଙ୍କ୍, ଓଏନଜିସି ଓ ଆଇସିଆଇସି ବ୍ୟାଙ୍କ 5.8 ପ୍ରତିଶତ ବଢିଛି।
ସେହିପରି ସୋମବାର ଅର୍ଥମନ୍ତ୍ରୀ ସୀତାରମଣ କୋରୋନା ଧ୍ବଂସ୍ତ ଅର୍ଥନୀତିକୁ ବୁଷ୍ଟ ଦେଇଥିଲେ। ବଜେଟ ଉପସ୍ଥାପନ କରୁଥିବା ବେଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 443 ପଏଣ୍ଟ ବୃଦ୍ଧି ହୋଇ 46,728.83 ପଏଣ୍ଟରେ କାରବାର ଆରମ୍ଭ କରିଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 114.85 ପଏଣ୍ଟ ବଢି 13,749.45 ରେ କାରବାର କରିଥିଲା ।