ଓଡିଶା

odisha

ETV Bharat / business

ରିସ୍କ ନେବାକୁ କୁନ୍ଥୁକୁନ୍ଥୁ ନିବେଶକ, ସେନସେକ୍ସ 400 ପଏଣ୍ଟ ହ୍ରାସ

ଅର୍ଥ , ଆଇଟି ଓ ଦୈନିକ ସାମଗ୍ରୀ ତିଆରି କମ୍ପାନୀ (ଏଫଏମସିଜି)ରେ ସେଲ ଅଫ ଚାପ ଦେଖିବାକୁ ମିଳିଛି । ଏହା ବ୍ୟତିତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ନିବେଶକଙ୍କ ଧାରଣାକୁ ପ୍ରଭାବିତ କରିଛି । ଅଧିକ ପଢନ୍ତୁ..

By

Published : Feb 17, 2021, 7:03 PM IST

ରିସ୍କ ନେବାକୁ କୁନ୍ଥୁକୁନ୍ଥୁ ନିବେଶକ, ସେନସେକ୍ସ 400 ପଏଣ୍ଟ ହ୍ରାସ
ରିସ୍କ ନେବାକୁ କୁନ୍ଥୁକୁନ୍ଥୁ ନିବେଶକ, ସେନସେକ୍ସ 400 ପଏଣ୍ଟ ହ୍ରାସ

ମୁମ୍ବାଇ: ସେୟାର ବଜାରରେ ସେଲ ଅଫ ଚାପ ମଧ୍ୟରେ ଖସିଛି ସେୟାର ସୂଚକାଙ୍କ । ବୁଧବାର ବୈଶ୍ବିକ ସ୍ତରରେ ଦୁର୍ବଳ ସଙ୍କେତ ମଧ୍ୟରେ ନିବେଶ ରିସ୍କ ନେବାକୁ ପଛଘୁଞ୍ଚା ଯୋଗୁଁ ବିଏସଇ ସେନସେକ୍ସ 400 ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି ।

କାରବାରୀଙ୍କ ଅନୁସାରେ ଅର୍ଥ , ଆଇଟି ଓ ଦୈନିକ ସାମଗ୍ରୀ ତିଆରି କମ୍ପାନୀ (ଏଫଏମସିଜି)ରେ ସେଲ ଅଫ ଚାପ ଦେଖିବାକୁ ମିଳିଛି । ଏହା ବ୍ୟତିତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ନିବେଶକଙ୍କ ଧାରଣାକୁ ପ୍ରଭାବିତ କରିଛି । ଏଥିଯୋଗୁଁ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 400.34 ପଏଣ୍ଟ କମି 51,703.83 ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 104.55 ପଏଣ୍ଟ ଖସି 15,208.90 ପଏଣ୍ଟ ରହିଛି ।

ସେନସେକ୍ସ ସେୟାରରେ ସର୍ବାଧିକ କ୍ଷତି ନେସଲେ ଇଣ୍ଡିଆର ରହିଛି । ଏଥିରେ 2.80 ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ବ୍ୟତିତ ଯେଉଁ ସବୁ ସେୟାରର ହ୍ରାସ ହୋଇଛି, ସେଥିରେ ବଜାଜ ଫିନସର୍ଭ, ଏସିଆନ ପେଣ୍ଟସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ମାରୁତି, ଏଚଡିଏଫସି ଲିମିଟେଡ, ଏଚଡିଏଫସି ବ୍ୟାଙ୍କ, ଡ ରେଡ୍ଡିଜ ସାମିଲ ଅଛନ୍ତି । ସେନସେକ୍ସରେ ସର୍ବାଧିକ କ୍ଷତି ଯୋଗୁଁ ଏଚଡିଏଫସି ଲିମିଟେଡ ଓ ଏଚଡିଏଫସି ବ୍ୟାଙ୍କ ଉଭୟର ରହିଛି ।

ଅନ୍ୟପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ପାୱାରଗ୍ରୀଡ, ଏନଟିପିସି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ବଜାଜ ଅଟୋରେ ବୃଦ୍ଧି ହୋଇଛି । ଏଥିରେ 2.39 ପ୍ରତିଶତ ଯାଏଁ ଅଭିବୃଦ୍ଧି ଦେଖାଦେଇଛି ।

ABOUT THE AUTHOR

...view details